fbpx

ସିରିଜ ଜିତିଲା ଭାରତ

ପୁଣେ, ୧୦ା୧: ପୁଣେରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଜିତିଛି ଭାରତ । ତୃତୀୟ ମ୍ୟାଚକୁ ୭୮ ରନରେ ଜିତି ସିରିଜ ଜିତିଲା ଭାରତ । ଭାରତ ୨୦୧/୬ ରନ କରିଥିଲା । ଶ୍ରୀଲଙ୍କା ୧୫.୫ ଓଭରରେ ୧୨୩/୧୦ ରନ କରିଛି । ୩ଟିକିଆ ସିରିଜକୁ ୨-୦ରେ ଭାରତ ଜିତିଛି ।
ଆଜି ପୁଣେରେ ଭାରତ-ଶ୍ରୀଲଙ୍କା ତୃତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା । ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।
ଦ୍ୱିତୀୟ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଥିଲା ଭାରତ । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ ବାତିଲ ହୋଇଥିଲା ।

Get real time updates directly on you device, subscribe now.