fbpx

ଭାରତରେ ବହୁଳ ଭାବେ ବୃଦ୍ଧି ପାଉଛି ଏହି ରୋଗ, ଜାଣି ରଖନ୍ତୁ ଆପଣ ଏହାର ଶିକାର ହୋଇନାହାନ୍ତି ତ

ଆଜିର ବ୍ୟସ୍ତବହୁଳ ଜୀବନରେ କାର୍ଯ୍ୟରେ ବ୍ୟସ୍ତ ରହି ସମସ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ଅବହେଳା କରୁଛନ୍ତି । ବିଶେଷ କରି ଖାଦ୍ୟପେୟରେ ଅବହେଳା କାରଣରୁ ଆମର ମାଂସପେଶୀ ଦୁର୍ବଳତା ପରି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ପ୍ରାୟତଃ ଅଧିକାଂଶ ଲୋକଙ୍କ ଠାରେ ଏହି ମାଂସପେଶୀ ସଂକ୍ରାନ୍ତୀୟ ରୋଗ ଦେଖାଦେଇଥାଏ । ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟଙ୍କ ମଧ୍ୟରେ ଏହି ରୋଗ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି ।

ଶରୀରରେ ମାଂସପେଶୀ ଦୁର୍ବଳ ହେଲେ ନିମ୍ନଲିଖିତ ଲକ୍ଷଣମାନ ଦେଖାଦେଇଥାଏ ।

ମାଂସପେଶୀ ଠିକ ନ ରହିଲେ ଶରୀରର ସନ୍ତୁଳନ ବିଗିଡ଼ି ଯାଇଥାଏ । ଶରୀରରେ ଭିଟାମିନ-ଇର ମାତ୍ରା କମ ହେଲେ ମାଂସପେଶୀ ଠିକ ଭାବରେ କାର୍ଯ୍ୟ କରିପାରେ ନାହିଁ । ଏହା ଫଳରେ ରକ୍ତସଞ୍ଚାର ମଧ୍ୟ ଠିକ ଭାବରେ ହୋଇପାରେ ନାହିଁ । ଏହି ଲକ୍ଷଣ ଶରୀରରେ ଦେଖାଦେଲେ ମାଂସପେଶୀ ଦୁର୍ବଳତା ସମସ୍ୟା ରହିଛି ବୋଲି ସ୍ପଷ୍ଟ ଜଣାପଡ଼ିଥାଏ ।

ମାଂସପେଶୀ ଦୁର୍ବଳ ହେଲେ ଏହାର ପ୍ରଭାବ ଆମର ଦୃଷ୍ଟିଶକ୍ତି ଉପରେ ପଡ଼ିଥାଏ । ଏହାଦ୍ୱାରା ଆମର ଆଖିର ଦୃଷ୍ଟିଶକ୍ତି ହ୍ରାସ ପାଇଥାଏ ।

ମାଂସପେଶୀ ଦୁର୍ବଳ ହେଲେ ସମଗ୍ର ଶରୀର ଦୁର୍ବଳ ହୋଇଯାଏ । ଶରୀରରେ ରୋଗପ୍ରତିଶୋଧକ କ୍ଷମତା ହ୍ରାସ ପାଇଥାଏ ।

ବିଶେଷ କରି ପ୍ରୋଟିନ ଓ ଭିଟାମିନ-ଇ ଅଭାବରେ ଶରୀରେ ମାଂସପେଶୀ ଦୁର୍ବଳତା ସମସ୍ୟା ସୃଷ୍ଟି ହୋଇଥାଏ । ସେଥିପାଇଁ ଆମକୁ ଦୈନନ୍ଦିନ ଖାଦ୍ୟପେୟରେ ପ୍ରୋଟିନ ଓ ଭିଟାମିନ-ଇ ଯୁକ୍ତ ଖାଦ୍ୟ ସାମିଲ କରିବା ଦରକାର ।

Get real time updates directly on you device, subscribe now.