fbpx

୧୦ରୁ ମାଟ୍ରିକ ଫର୍ମ ଫିଲ୍-ଅପ୍‌

ଭୁବନେଶ୍ୱର, ୬ ।୧(ଓଡିଶା ଭାସ୍କର): ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ଘୋଷଣା ହେବ ପରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ବାହାରିଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଅନଲାଇନ‌ରେ ଫର୍ମ ପୂରଣ ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି। ।

ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ଫିଲ୍-ଅପ୍‌‌ ହେବ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନ୍‌ରେ ଫର୍ମ ଫିଲ୍-ଅପ୍‌ କରିବେ । ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଅନଲାଇନ ମାଧ୍ୟମରେ ହେବ ପୁରା ପ୍ରକ୍ରିୟା । ଫର୍ମ ଫିଲ୍-ଅପ୍‌ ପାଇଁ ଜାନୁଆରି ୨୭କୁ ଫିସ୍ ଦାଖଲର ଶେଷ ଦିନ ରଖାଯାଇଛି । ଜାନୁଆରି ୨୮ରୁ ଫେବୃଆରି ୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଜରିମାନା ସହ ଫର୍ମ ଫିଲ୍-ଅପ୍‌ କରାଯାଇପାରିବ । ଜୋରିମାନା ସହ ଫର୍ମ ଦାଖଲର ଶେଷ ତାରିଖ ୨ ଫେବୃଆରୀ ମଧ୍ୟରାତ୍ରୀ ରହିଛି । ଫର୍ମ ପୁରଣ ନିମନ୍ତେ ଅନ୍ ଲାଇନ୍ ଲିଙ୍କ, ସବିଶେଷ ନିର୍ଦ୍ଦେଶାବଳୀ ଏବଂ ସ୍ତର ପରେ www.bseodisha.ac.in websiteରେ ଦିଆଯାଇଛି ।

Get real time updates directly on you device, subscribe now.