fbpx

କରୋନା ଟିକା ନେଇ ଦୁଇଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୬ା୧: କରୋନା ଟିକାକୁ ନେଇ ବିଶ୍ୱବାସୀ ଚାହିଁ ବସିଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମନାକୁ ଆସିଛି । ଫାଇଜର ଓ ବାୟୋ ଏନଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନେଇ ନରୱେର ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ତେବେ ମୃତକ ଦ୍ୱୟ ସ୍ୱାସ୍ଥ୍ୟକର୍ମୀ ବୋଲି ଜଣାପଡ଼ିଛି ।

ନରୱେ ମେଡିସିନ ଏଜେନ୍ସିର ମେଡିକାଲ ନିର୍ଦ୍ଦେଶକ ଓ ନରୱେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ ଏହି ମୃତ୍ୟୁ ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଫାଇଜର ଟିକା ନେବା ପରେ ଜଣେ ଶିଶୁ ଅସ୍ତ୍ରୋପଚାର ସହାୟକଙ୍କର ମୃତଦେହ ମିଳିଥିଲା । ଡେଲି ମେଲର ରିପୋର୍ଟ ଅନୁଯାୟୀ, ଫାଇଜର-ବାୟୋ ଏନଟେକ ଟିକା ନେବାର ୪୮ ଘଣ୍ଟା ପରେ ଜଣେ ୪୧ ବର୍ଷୀୟ ନର୍ସ ସୋନିଆ ଆସେଭେଡୋଙ୍କ ଆକସ୍ମିକ ମୃତ୍ୟୁ ଜାନୁଆରୀ ୧ରେ ଘଟିଥିଲା ।

ତେବେ କରୋନା ଟିକା ଏହି ମୃତ୍ୟୁର କାରଣ କି ନୁହେଁ ତାହାର ପରୀକ୍ଷା ନିରୀକ୍ଷା କରାଯାଉଛି ବୋଲି ନରୱେ ମେଡିସିନ ଏଜେନ୍ସିର ମେଡିକାଲ ନିର୍ଦ୍ଦେଶକ ଷ୍ଟେନର ମ୍ୟାଡସେନ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.