fbpx

ଟିକାକରଣ ପାଇଁ ସରକାର ପ୍ରସ୍ତୁତ: ଡିଏମଇଟି

ଭୁବନେଶ୍ୱର,୧୫ ।୧(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ରାଜ୍ୟରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଟିକାକରଣ ପ୍ରକ୍ରିୟା ଆମ ପାଇଁ କିଛି ନୂଆ ନୁହେଁ ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି। ସେ କହିଛନ୍ତି ଯେ, ‘୧୯୮୫ ମସିହାରୁ ଆମେ ଟିକାକରଣ କରି ଆସିଛୁ । କରୋନା ଟିକାକରଣ ହେଉଛି ସେହି ପ୍ରକ୍ରିୟାର ପୁନରାବୃତ୍ତି । ଟିକା କଲେକ୍ସନ ହେବ, ଟ୍ରାନ୍ସପୋର୍ଟଟେସନ ହେବ ତା’ପରେ ଦିଆଯିବ । ଏହି ପଦ୍ଧତିରେ ଆଗରୁ ଟିକାକରଣ ହୋଇଛି । କେବଳ ନୂଆ ହେଉଛି କୋ-ୱିନ୍ ମାଧ୍ୟମରେ ପଞ୍ଜୀକରଣ । ସବୁ ଦିନ ଗାଇଡଲାଇନ ଚେଞ୍ଜ ହେଉଛି, ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ଆଜି ସନ୍ଧ୍ୟା ସୁଦ୍ଧା ମେସେଜ ଯିବ । କାଲିଠାରୁ ସୂଚାର ରୂପେ ଚାଲିବ ବୋଲି ଆଶା ରହିଛି ।’

Get real time updates directly on you device, subscribe now.