ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ପୂର୍ବତନ ସାଂସଦ ମୋରିସ କୁଜୁରଙ୍କ ବିୟୋଗରେଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋରିସଙ୍କ ପରିବାରକୁ ନବୀନ ସମବେଦନା ଜଣାଇଛନ୍ତି । ଏହା ସହ ମୋରିସ କୁଜୁରଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ନବୀନ ।
ତେବେ ସୁନ୍ଦରଗଡର ପୂର୍ବତନ ସାଂସଦ ମୋରିସ କୁଜୁରଙ୍କର ଆଜି ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ମୋରିସ ୧୯୮୪ରେ ସୁନ୍ଦରଗଡର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୨ ଥର ରାଜ୍ୟସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ସେହିପରି ଜାତୀୟ ଜନଜାତି କମିସନର ଅଧ୍ୟକ୍ଷ ଥିଲେ ମୋରିସ କୁଜୁର । ଆଜି ସୁନ୍ଦରଗଡରେ ମୋରିସଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।