fbpx

ଫାଇନାନ୍ସ କମ୍ପାନୀରୁ ୨୫ କିଲୋ ସୁନା ଲୁଟିନେଲେ ଦୁର୍ବୃତ୍ତ

ହୋସୁର, ୨୨ା୧: ପୁଣି ବଡ଼ଧରଣର ସୁନା ଲୁଟ୍ ହୋଇଛି । କିଛିଦିନ ପୂର୍ବରୁ ଗୁଜରାଟରୁ ଏକ ବଡ଼ଧରଣର ସୁନା ଲୁଟ୍ ହୋଇଥିଲା । ଆଜି ତାମିଲନାଡ଼ୁର କୃଷ୍ଣଗିରି ଜିଲ୍ଲାରେ ଏହିପରି ଘଟଣା ଘଟିଛି । ଏହି ଜିଲ୍ଲା ଅନ୍ତର୍ଗତ ହୋସୁର ଅଞ୍ଚଳରେ ଥିବା ମୁଥୁଟ୍ ଫାଇନାନ୍ସ କମ୍ପାନୀର ଏକ ଶାଖାରୁ ୨୫ କିଲୋ ସୁନା ଲୁଟ୍ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭.୫ କୋଟି ହେବ ବୋଲି ଆକଳନ କରାଯାଇଛି ।

ଦୁର୍ବୃତ୍ତମାନେ ମାସ୍କ ଓ ହେଲମେଟ୍ ପରିଧାନ କରିବା ସହ ବନ୍ଧୁକ ଧରି ଶାଖା ମଧ୍ୟକୁ ପ୍ରବେଶ କରିଥିଲେ । ସକାଳ ୯.୩୦ରେ ଫାଇନାନ୍ସ କମ୍ପାନୀ ଶାଖା ଖୋଲିବାର କିଛି ମିନିଟ୍ ପରେ ଲୁଟେରାମାନେ ଲୁଟ୍ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ନଗଦ ଟଙ୍କା ସହ ଅଳଙ୍କାର ଲୁଟ୍ କରିବା ପରେ ଡକାୟତମାନେ ଫେରାର ହୋଇଯାଇଥିଲେ । ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.