fbpx

୧୦ ଜିଲ୍ଲାକୁ ଘନ କୁହୁଡି ଆଶଙ୍କା

ବଲାଙ୍ଗିର,୨୩ ।୧(ଓଡିଶା ଭାସ୍କର): ଆଜିଠାରୁ ୨୫ ତାରିଖ ସକାଳ ସୁଦ୍ଧା ୧୦ ଜିଲ୍ଲାରେ ଘନ କୁହୁଡି ହୋବର ଆଶଙ୍କା ରହିଛି । ଏନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ସକାଳ ସୁଦ୍ଧା ୮ ଜିଲ୍ଲାରେ ଘନ କୁହୁଡି ହେବାର ଆଶଙ୍କା ରହିଛି । ୮ଟି ଜିଲ୍ଲା ଯଥା- ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଅନୁଗୁଳ ଓ କଟକରେ ଘନ କୁହୁଡି ହେବାର ଆଶଙ୍କା ରହିଛି । ଏଥିପାଇଁ ଜିଲ୍ଲାପାଳ ଓ ଏସପିମାନଙ୍କୁ ସତର୍କ କରିଛନ୍ତି ଅତିରିକ୍ତ ରିଲିଫ କମିସନର । କୁହୁଡି ସମୟରେ ଯାନବାହନ ଚଳାଚଳ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.