fbpx

ଓଡ଼ିଆ ପୁଅ ଅନ୍ୱେଷ ପାଇବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ଭୁବନେଶ୍ୱର, ୨୫ା୧ (ଓଡିଶା ଭାସ୍କର): ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ୨୦୨୧ ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଆ ପୁଅ ଅନ୍ୱେଷ ଶୁଭମ ପ୍ରଧାନ । ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୩୨ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ବିଚକ୍ଷଣ ଦକ୍ଷତା ଥିବା ଏହି ଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରସ୍କାର ପ୍ରଦାନ କରିବେ ।

ତେବେ ଏକମାତ୍ର ଓଡ଼ିଆ ଛାତ୍ର ହିସାବରେ ଅନ୍ୱେଷ ଏହି ପୁରସ୍କାର ପାଇଁ ଚୟନ ହୋଇଛନ୍ତି । ଶିକ୍ଷା କ୍ଷେତ୍ରରେ ଅବଦାନକୁ ଦୃଷ୍ଟିରେ ରଖି ଅନ୍ୱେଷଙ୍କୁ ମନୋନୀତ କରାଯାଇଛି । କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବର୍ତ୍ତମାନ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ଡିଏଭି ସ୍କୁଲରେ ଅନ୍ୱେଷ ୯ମ ଶ୍ରେଣୀରେ ପଢ଼ୁଛନ୍ତି । ଭବିଷ୍ୟତରେ ଆଇଆଇଟି ପଢ଼ିବାକୁ ଲକ୍ଷ୍ୟ ରଖିଥିବା ଅନ୍ୱେଷ ୫୭୦ରୁ ଅଧିକ ପୁରସ୍କାର ପାଇ ସାରିଛନ୍ତି । ଅନ୍ୱେଷଙ୍କର ପିତା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ବଲପୁର ଶାଖାର ଆସିଷ୍ଟାଣ୍ଟ ମ୍ୟାନେଜର ରହିଥିବା ବେଳେ ମାତା ଜଣେ ଗୃହିଣୀ ଅଟନ୍ତି ।

Get real time updates directly on you device, subscribe now.