fbpx

ଯୁବକ ଭୁଲିଗଲେ ପାସୱାର୍ଡ: ଆକାଉଣ୍ଟରୁ କଟିଗଲା ୧୬ ଲକ୍ଷ

ନୂଆଦିଲ୍ଲୀ, ୧ା୨: ବର୍ତ୍ତମାନର ଡିଜିଟାଲ ଯୁଗରେ ଇଣ୍ଟରନେଟରେ ଅନେକ କାର୍ଯ୍ୟ ପାଇଁ ପାସୱାର୍ଡ ନିହାତି ଦରକାର । ମାତ୍ର ପାସୱାର୍ଡ ଭୁଲିଯିବା ଫଳରେ ଜଣେ ବ୍ୟକ୍ତିଙ୍କର ଆକାଉଣ୍ଟରୁ ୧୬ ଲକ୍ଷ ଟଙ୍କା କଟିବା ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ।

ଘଟଣାଟି ଘଟିଛି କାଲିଫଣ୍ଣିଆରେ । ଷ୍ଟିଫେନ ଥୋମାସ୍ ନାମକ ଜଣେ ଯୁବକ ନିଜର ବିଟ୍ କଏନ୍ ଆକାଉଣ୍ଟ ପାସୱାର୍ଡ ଭୁଲିଯିବା ଫଳରେ ତାଙ୍କର ଆକାଉଣ୍ଟରୁ ଏହି ମୋଟା ଅଙ୍କର ଟଙ୍କା କଟିଯାଇଛି । ଷ୍ଟିଫେନ ଜଣେ ପ୍ରୋଗ୍ରାମର ହୋଇଥିବା ବେଳେ ଏହି ଟଙ୍କା ଫେରିପାଇବାକୁ ସେ ଶତ ଚେଷ୍ଟା କରି ବିଫଳ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, ଏକ ପାସୱାର୍ଡ କମ୍ପାନୀ ୨୦୨୦ର ସବୁଠାରୁ ଖରାପ ପାସୱାର୍ଡର ଏକ ଲିଷ୍ଟ ଜାରି କରିଛି । ବିଗତ କିଛି ବର୍ଷ ମଧ୍ୟରେ ୧୨୩୪୫୬ ସବୁଠାରୁ ଖରାପ ପାସୱାର୍ଡ ଲିଷ୍ଟରେ ଏକ ନମ୍ବରରେ ରହିଛି । ତେଣୁ ଅନଲାଇନରେ ପାସୱାର୍ଡ ସହିତ ବ୍ୟକ୍ତିଗତ ସୂଚନା ଜଡ଼ିତ ଥିବାରୁ ଏହାକୁ ଠିକଭାବେ ବ୍ୟବହାର କରିବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.