fbpx

ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ ଲବଙ୍ଗ, ଆସନ୍ତୁ ଜାଣିବା ଏହାର ଉପକାରିତା

ଲବଙ୍ଗ ଦେଖିବାକୁ ଛୋଟ ହେଲେ ମଧ୍ୟ ଏହାର ବହୁତ ଉପକାରିତା ରହିଛି । ଏହାକୁ ବିଭିନ୍ନ ଖାଇବା ତରକାରୀରେ ମସଲା ରୂପେ ବ୍ୟବହାର କରାଯାଇଥାଏ । ଲବଙ୍ଗ ଶରୀରେ ଉତ୍ତାପ ବୃଦ୍ଧି କରିବାରେ ସହାୟକ ହେଉଥିବାରୁ ବିଭିନ୍ନ ପ୍ରକାର ଔଷଧ ନିର୍ମାଣ କରିବା ସମୟରେ ଏହାକୁ ବ୍ୟବହାର କରାଯାଇଥାଏ । ଏହାଛଡ଼ା ଯକୃତ ଓ ବ୍ଲଡରେ ସୁଗାର ସ୍ତରକୁ ଏହା ନିୟନ୍ତ୍ରଣରେ ରଖିଥାଏ । ଆସନ୍ତୁ ଜାଣିବା ଲବଙ୍ଗର ଉପକାରିତା ବିଷୟରେ:-

– ଲବଙ୍ଗରେ ଫାଇବର, ମିନେରାଲ ଓ ଭିଟାମିନ୍ ରହିଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଆମର ମସ୍ତିଷ୍କ ଠିକ୍ ଭାବେ କାର୍ଯ୍ୟ କରିବା ସହ ହାଡ଼କୁ ମଜବୁତ ରଖିବା ପାଇଁ ମାଙ୍ଗାନିଜ ନିହାତି ଆବଶ୍ୟକ ହୋଇଥାଏ ।

– ଲବଙ୍ଗରେ ଆଣ୍ଟିଅକ୍ସିଡେଣ୍ଟ ପର୍ଯ୍ୟାପ୍ତ ମାତ୍ରାରେ ଥିବାରୁ ଶରୀରରେ ପୁରୁଣା ରୋଗର ପ୍ରଭାବ ବୃଦ୍ଧିକୁ କମ କରିଥାଏ । ଆଣ୍ଟଅକ୍ସିଡେଣ୍ଟ ଫଳ ସହିତ ଲବଙ୍ଗ ସେବନ କରିବା ଆମର ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

– ଲବଙ୍ଗରେ ଏପରି କିଛି ଉପାଦାନ ରହିଛି, ଯାହା କ୍ୟାନସର ପରି ମାରାତ୍ମକ ରୋଗ ବିରୋଧରେ ଲଢ଼େଇ କରିଥାଏ । ଲବଙ୍ଗ ଶରୀରରେ ବ୍ୟାକ୍ଟେରିଆ ବୃଦ୍ଧିକୁ ରୋକିବା ସହ ଲବଙ୍ଗ ତେଲ ଶରୀରରେ ଫୁଡ ପଏଜନିଂ କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ ।

– ଅଧ୍ୟୟନରୁ ଜଣାପଡ଼ିଛି ଯେ, ଲବଙ୍ଗ ଯକୃତକୁ ସୁସ୍ଥ ରଖିଥାଏ । ଲବଙ୍ଗ ଆମକୁ ମଧୁମେହ ରୋଗକୁ ରକ୍ଷା କରିଥାଏ । ଲବଙ୍ଗରେ ରହିଥିବା ୟୁଜେନାଲ ନାମକ ଏକ ପଦାର୍ଥ ହାଡ଼ର ଘନତ୍ୱ ବୃଦ୍ଧି କରିଥାଏ । ଏହାଛଡ଼ା ପେଟରେ ଅଲସରକୁ ରୋକିବା କ୍ଷେତ୍ରରେ ଲବଙ୍ଗ ସହାୟକ ହୋଇଥାଏ ।

Get real time updates directly on you device, subscribe now.