fbpx

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୦ ବଖରା ଘର

ଭଦ୍ରକ,୫ ।୨(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା କଳେଇ ପଞ୍ଚାୟତ ବଳଜିତପଡା ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁ ଲାଗିବା କାରଣରୁ ପ୍ରାୟ ୧୦ ବଖରା ଘର ଜଳି ପାଉଁଶ ହୋଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି । ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

Get real time updates directly on you device, subscribe now.