fbpx

ପାକିସ୍ତାନ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍! ସୀମାରେ ପଶି ନିଜ ସୈନ୍ୟଙ୍କୁ ଛଡ଼ାଇ ଆଣିଲା ଇରାନ୍

ନୂଆଦିଲ୍ଲୀ,୫ ।୨: ପଡୋଶୀ ଦେଶ ପାକିସ୍ତାନରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିବା ଖବର ଆସିଛି । ଏଥର ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟାଇକ୍ କରିଛି ଇରାନ । କୁହାଯାଉଛି ଯେ, ଇରାନର ରିଭୋଲୁସ୍ନାରୀ ଗାର୍ଡ ବା ଆଇଆରଜିସି ପାକିସ୍ତାନ ସୀମାରେ ପଶି ନିଜ ସୈନିକଙ୍କୁ ମୁକ୍ତ କରି ନେଇଆସିଛି । ସେଠାକାର ଫୋର୍ସ ଏକ ବୟାନରେ ଦାବି କରି କହିଛନ୍ତି ଯେ, ପାକିସ୍ତାନ ସୀମା ଭିତରେ ପଶି ଏକ ଗୁପ୍ତ ଅପରେସନ ଦ୍ୱାରା ୨ ସୈନିକଙ୍କୁ ଛଡାଇ ଆଣିବାରେ ସଫଳ ହୋଇଛନ୍ତି । ଏହି ସର୍ଜିକାଲ ଷ୍ଟ୍ରାଇକରେ ପାକିସ୍ତାନର କିଛି ଆତଙ୍କବାଦୀ ନିହତ ହୋଇଛନ୍ତି । କିନ୍ତୁ ପାକିସ୍ତାନ ସରକାର ଏବିଷୟରେ ମୁହଁ ଖୋଲିନାହାନ୍ତି ।

ତେବେ ଦକ୍ଷିଣ-ପୁର୍ବ ଇରାନରେ ଆଇଆରଜିସି ଗ୍ରାଉଣ୍ଡ ଫୋର୍ସ ପକ୍ଷରୁ ବୟାନ ଦିଆଯାଇଛି ଯେ, ‘ଦେଢ ବର୍ଷ ପୂର୍ବରୁ ଜୈସ-ଉଲ-ଅଦଲ ସଙ୍ଗଠନ ଦ୍ୱାରା ବନ୍ଦୀ ହୋଇଥିବା ୨ ବର୍ଡର ଗାର୍ଡଙ୍କୁ ଛଡାଇ ଆଣିବା ପାଇଁ ମଙ୍ଗଳବାର ରାତିରେ ଏକ ସଫଳ ଅପରେସନ କରାଯାଇଥିଲା । ଏହି ଅପରେସନ ମାଧ୍ୟମରେ ବନ୍ଦୀ ହୋଇଥିବା ୨ ଗାର୍ଡ ବା ସୈନିକଙ୍କୁ ମୁକ୍ତ କରି ଦେଶକୁ ଅଣାଗଲା । ସୈନିକଙ୍କୁ ସଠିକ୍ ଭାବେ ଇରାନ ପଠାଯାଇଛି ।

Get real time updates directly on you device, subscribe now.