ଖୋର୍ଦ୍ଧାର ଜଣେ ଯୁବକ ଅନଲାଇନ ମାଧ୍ୟମରେ ରୋଜଗାର କରି ନିଜର ଜୀବନର ମୋଡ଼ ବଦଳାଇ ଦେଇଛନ୍ତି । ଅନଲାଇନ ଟ୍ରେଡିଂ ମାଧ୍ୟମରେ ସେ ଆଜି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା । ଏକ ଗରିବ ପରିବାରରୁ ଆସିଥିବା ମିଥୁନ ଭଟ୍ଟ ନାମକ ଜଣେ ଯୁବକ ଆଜି ଲକ୍ଷ ଲକ୍ଷ ଯୁବପୀଢ଼ିଙ୍କ ପାଇଁ ପାଲଟି ଯାଇଛନ୍ତି ଆଦର୍ଶ ।
ପୂର୍ବରୁ ମିଥୁନ କମ ଦରମାରେ ଏକ ରେଷ୍ଟୁରାଣ୍ଟରେ ପାର୍ଟଟାଇମ୍ ଜବ୍ କରୁଥିଲେ । ଏଥିସହ ସେ ଏକ ପିଜା ଡେଲିଭରି ସଂସ୍ଥାରେ ମଧ୍ୟ ଏକ ବର୍ଷ ପାଇଁ କାର୍ଯ୍ୟ କରିଥିଲେ । ଟ୍ୟୁସନ ଫିସ୍ ଦେଇ ନପାରିବା କାରଣରୁ ଦ୍ୱିତୀୟ ବର୍ଷ ତାଙ୍କୁ କଲେଜରୁ ବହିଷ୍କାର କରିବାକୁ କୁହାଯାଇଥିଲା । ବାଧ୍ୟ ହୋଇ ମିଥୁନ ବ୍ୟାଙ୍କରୁ ଋଣ କରି ଫିସ୍ ଦାଖଲ କରିଥିଲେ । ସ୍କୁଲ ସମୟରେ ମଧ୍ୟ ମିଥୁନ ସ୍କୁଲରୁ ବହିଷ୍କୃତ ହୋଇଥିଲେ, ଯାହାକି ଥିଲା ତାଙ୍କ ଜୀବନର ଏକ ଅଭୁଲା ଦାରୁଣ ମୁହୂର୍ତ୍ତ । ପିତାଙ୍କର ଚାକିରି ଚାଲିଯିବା ପରେ ପରିବାର ଘୋର ଆର୍ଥିକ ଅନଟନରେ ଗତି କରୁଥିଲା । ଏହି ସମୟରେ ମିଥୁନ ଏକ ପ୍ରକାର ଆଶାହରା ହୋଇଯାଇଥିଲେ ।
ଦିନେ ରାତିରେ ଜଣେ ବ୍ୟକ୍ତିଙ୍କ ଘରକୁ ମିଥୁନ ପିଜା ଡେଲିଭରି କରିବାକୁ ଯାଇଥିଲେ । ସେଠାରେ ସେ କିଛି ବ୍ୟକ୍ତିଙ୍କୁ ଅନଲାଇନ ଟ୍ରେଡିଂ ବିଷୟରେ ଆଲୋଚନା କରୁଥିବାର ଦେଖିବାକୁ ପାଇଥିଲେ । ସେହି ବ୍ୟକ୍ତିଙ୍କର ଲାପଟପ ସ୍କ୍ରିନ ଉପରେ ମିଥୁନ ନଜର ପକାଇ କିଛି ତଥ୍ୟ ହାସଲ କରିପାରିଥିଲେ । ପରେ ସେ ଘରକୁ ଆସି ଇଣ୍ଟରନେଟରେ ସର୍ଚ୍ଚ କରି ସବିଶେଷ ବିବରଣୀ ହାସଲ କରିପାରିଥିଲେ ।
ଏହାପରେ ମିଥୁନ ଭିଡିଓ ଟ୍ୟୁଟୋରିଆଲ ମାଧ୍ୟମରେ କିଛି ଜ୍ଞାନ ହାସଲ କରିପାରିଥିଲେ । ସେ ଏକ ଡେମୋ ଆକାଉଣ୍ଟ ଖୋଲିବା ସହ ଭଚ୍ୟୁଆଲ ମନି ରୋଜଗାର କରିଥିଲେ । ଏହାପରେ ତାଙ୍କ ପାଇଁ ଏହି କାର୍ଯ୍ୟ ବହୁତ ସହଜ ହୋଇଯାଇଥିଲା । ପରେ ସେ ପ୍ରକୃତ ଆକାଉଣ୍ଟ ଖୋଲି ସେଥିରେ ପଇସା ଡିପୋଜିଟ କରିବା ସହ ଇନକମ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ନାହାନ୍ତି । ତାଙ୍କର ଏହି ରୋଜଗାର ଅର୍ଥରୁ ସେ ମାସକ ମଧ୍ୟରେ ୨ଟି ଘର କିଣିବା ସହ ଏକ ଫରାରି, ବେଣ୍ଟଲେ ପରି ଦାମି ଗାଡ଼ି କିଣିଥିଲେ । ଆଜି ମିଥୁନ ମୂଲ୍ୟବାନ ଘର, ଗାଡ଼ି ସହ ବିଳାସମୟ ଜୀବନଯାପନ କରୁଛନ୍ତି । ଗୋଟିଏ ଦିନର ଏକ ସାମାନ୍ୟ ଘଟଣା ମିଥୁନଙ୍କ ଜୀବନର ନକ୍ସା ବଦଳାଇ ଦେଇଥିଲା ।