fbpx

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା: ସମ୍ପାଦକଙ୍କ ସମେତ ୫ ଗିରଫ

ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ଭୁବନେଶ୍ୱରର ଭିନ୍ନକ୍ଷମ ତାଲିକ କେନ୍ଦ୍ରରେ ଯୌନ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ କଟକର ଜଣେ ରାଣୀ ମହୁମାଛି, ଭୁବନେଶ୍ୱରର ଜଣେ ଦଲାଲ, ଖୋର୍ଦ୍ଧା ଡିଏସଏସଓ ସଂଗ୍ରାମ ବେହେରା ଓ ସମ୍ପୃକ୍ତ ଅନୁଷ୍ଠାନର ଜଣେ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୁରେଶ ବେହେରା ଭୁବନେଶ୍ୱରର ପଳାଶପଲ୍ଲୀ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ଥିଲେ । ନୂଆପଡ଼ା ଜିଲ୍ଲା ସିନାପାଲ୍ଲୀ ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀ ପଲାସପଲ୍ଲୀ ସ୍ଥିତ ନିଖିଳ ଉକ୍ରଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ସଂସ୍ଥାରେ ଚାକିରି କରୁଥିଲେ । ତାଙ୍କୁ ନିୟମିତ ଦରମା ପ୍ରଦାନରେ ଅବହେଳା କରାଯିବା ସହ ବିଭିନ୍ନ ପ୍ରକାର ଲୋଭ ଦେଖାଉଥିଲେ । କରୋନା ସମୟରେ ଯୁବତୀ ଅଫିସରେ ରହିବା ସମୟରେ ତାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିବା ସହ ହତ୍ୟା ଧମକ ଦେଇଥିଲା । ଶେଷରେ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.