ବିଦ୍ୟୁତଖୁଣ୍ଟରେ ପିଟି ହେଲା ବସ୍: ବର୍ତ୍ତିଲେ ୫୦ ଯାତ୍ରୀ, ୪ ଆହତ

ଭୁବନେଶ୍ୱର, ୮ା୨ (ଓଡିଶା ଭାସ୍କର): ଭବାନୀପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଫଳରେ ୫୦ ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି । ତେବେ ବସରେ ୫୦ ଜଣ ଯାତ୍ରୀ ଥିବା ବେଳେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ ‘ମୁନଲାଇଟ୍’ ନାମକ ଏକ ବସ ଭବାନିପାଟଣାରୁ ଭୁବନେଶ୍ୱର ଯାଉଥିବା ସମୟରେ ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟିହେବା ପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାସ୍ଥଳରୁ ୪ ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।