fbpx

ପୁରୀ ଶ୍ରୀମନ୍ଦିରରେ କୋହଳ ହେଲା ଜଗା ଦର୍ଶନ କଟକଣା ।

ପୁରୀ ,୧୦ ।୨(ଓଡିଶା ଭାସ୍କର) :ପୁରୀ ଶ୍ରୀମନ୍ଦିରରେ ଏବେ ମହାପ୍ରଭୂଙ୍କ ଦର୍ଶନ ରେ ଥିବା କଟକଣା କୁ କୋହଳ କରାଯାଇଛି। ଏଣିକି ଭକ୍ତମାନଙ୍କ ଙ୍କ ପାଇଁ ରବିବାରରେ ବି ଖୋଲା ରହିବ ଶ୍ରୀମନ୍ଦିର ।
ସକାଳ ୬ଟାରୁ ସର୍ବସାଧାରଣଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ଆସନ୍ତା ରବିବାର ଦିନ ଶ୍ରୀଜିଉଙ୍କ ପଦ୍ମବେଶ ଦେଖିପାରିବେ ଭକ୍ତ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି । ଏଣିକି ଆନନ୍ଦ ବଜାରରେ ବସି ଅବଢ଼ା ଖାଇପାରିବେ ଶ୍ରଦ୍ଧାଳୁ । ମନ୍ଦିର ଭିତରେ ଓ ବାହାରେ ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.