fbpx

ରୁଙ୍ଗଟା ମାଇନ୍ସ ର ବିକଳ୍ପ ରାସ୍ତା ନିର୍ମାଣରେ ତର୍କାବେଡା ଗ୍ରାମବାସୀ ଅସନ୍ତୁଷ୍ଟ

ହିନ୍ଦୋଳ ,13/2:କନ୍ତିମିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତର୍କାବେଡା ଠାରେ ରୁଙ୍ଗଟା ମାଇନ୍ସର ବିକଳ୍ପ ରାସ୍ତା ନିର୍ମାଣକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି ଏବଂ ଗ୍ରାମବାସୀଙ୍କ ତରଫରୁ ୪୦ ଦିନ ହେବ ଧାରଣରେ ବସିଥିଲେ। 

ଆଜି ସକାଳେ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳରେ ୧୪୪ଧାରା ଯାରି କରାଯାଇଥିଲା ଏବଂ ଗ୍ରାମର ପାଖାପାଖି ୧୦୦ଲୋକଙ୍କୁ ହିନ୍ଦୋଳ ଆଦର୍ଶ ବିଦ୍ୟାଳୟକୁ ଅଣାଯାଇ ରଖାଯାଇଥିଲା,ଓ ପରେ ସେହି ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟ କମ୍ପାନୀ ପକ୍ଷରୁ ଚାଲିଲା।

ଯାହାକୁ ଗ୍ରାମବାସୀ ଓ ଦିବ୍ୟଯୌତି କ୍ଲବ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଅଞ୍ଚଳର ୱାର୍ଡମେମ୍ବର ବିରୋଧ କରିଛନ୍ତି, ସେମାନଙ୍କ କହିବା କଥା ଯେଉଁ ରାସ୍ତାରେ ସେମାନେ ଯାତାୟତ କରୁଥିଲେ ସେହି ରାସ୍ତା ତାଙ୍କ ପାଇଁ ସୂଗମ ଥିଲା ଏବଂ ପ୍ରମୂଖ ରାସ୍ତା ସହ ଏନ ଏଚ ୫୫କୁ ସଂଯୋଗ କରୁଅଛି।

ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ସବ କଲେକ୍ଟର ଉଦୟ କୁମାର ମହାପାତ୍ର, ତହସିଲଦାର, ଆଡିସନାଲ ତହସିଲଦାର, ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି ଯେ ବିକଳ୍ପ ରାସ୍ତା ଆପଣା ମାନଙ୍କ ପାଇଁ ସୂଗମ ହେବ।

Get real time updates directly on you device, subscribe now.