fbpx

ପୁରୀରେ ୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ, ୧୬ା୧(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦର୍ଶନ ପରେ ନୂଆବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ଦର୍ଶନ କରି ବହୁତ ଖୁସି ଥିବା ଏବଂ ଆଗକୁ ପୁରୀକୁ ଆହୁରି ସୁନ୍ଦର କରାଯିବ ବୋଲି ନବୀନ କହିଛନ୍ତି । ଏହାସହ ସେଠାରେ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ୫ଟି ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ, ପୁରୀ ଜିଲ୍ଲାପାଳ ଉପସ୍ଥିତ ରହିିଥିଲେ । ଶ୍ରୀଜିଉଙ୍କ ଦର୍ଶନ ପରେ ଐତିହ୍ୟ ପ୍ରକଳ୍ପ ନକ୍ସାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଅବଢ଼ା ଯୋଜନାରେ ୨.୩ କିମିର ଶ୍ରୀ ସେତୁର ଶିଳାନ୍ୟାସ କରିଛନ୍ତି । ମଙ୍ଗଳାଘାଟ-ଜଗନ୍ନାଥ ବଲ୍ଲଭ ଶ୍ରୀ ସେତୁ ପାଇଁ ୧୮୧କୋଟି ଖର୍ଚ୍ଚ ହେବ । ୬ତାଲା ଜଗନ୍ନାଥ ବଲ୍ଲଭ ଯାତ୍ରୀ ସହାୟକ କେନ୍ଦ୍ରର ଶିଳାନ୍ୟାସ ହୋଇଛି । ହଜାରେ କାର୍ ପାର୍କିଂର ସୁବିଧା ସାଙ୍ଗକୁ ୧୯୦କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । ଜେଲ ରୋଡ଼ରେ ବହୁ ସ୍ତରୀୟ ପାର୍କିଂ ବ୍ୟବସ୍ଥାର ଶିଳାନ୍ୟାସ ହୋଇଛି । ୩୫୦ଦୋକାନ ଘର ନିର୍ମାଣ ପାଇଁ ୯୦.୨୨କୋଟି ଖର୍ଚ୍ଚ ହେବ । ପୌରସଂସ୍ଥା ମାର୍କେଟ କମ୍ପେ୍ଲକ୍ସ ନବୀକରଣର ଶିଳାନ୍ୟାସ ହୋଇଛି । ୫ତାଲା କମ୍ଲେକ୍ସ ପାଇଁ ୪୪.୮୨କୋଟି ଖର୍ଚ୍ଚ ହେବ । ୫୦୦ଦୋକାନ, ୪୦୦କାର୍ ପାର୍କିଂ, ୩୦୦କେଡ଼ବ୍ଲୁ ସୌର ଶକ୍ତିର ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି । ସ୍ୱର୍ଗଦ୍ୱାରର ନବୀକରଣ ଓ ସମୁଦ୍ରକୂଳରେ ଭେଣ୍ଡିଂ ଜୋନର ଶିଳାନ୍ୟାସ ହୋଇଛି । ମଙ୍ଗଳାହାଟରେ ୫୦ହଜାର ପିଲାଙ୍କ ପାଇଁ କେନ୍ଦ୍ରୀୟ ପାକଶାଳାର ଶିଳାନ୍ୟାସ ହୋଇଛି । ଆଜି ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିଲେ ।

Get real time updates directly on you device, subscribe now.