fbpx

ଓଡ଼ିଶା ବନ୍ଦ: କଣ ରହିଛି ବନ୍ଦର ପ୍ରଭାବ

ଭୁବନେଶ୍ୱର, ୧୫ା୨ (ଓଡିଶା ଭାସ୍କର): ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ତୈଳ ଦର ବୃଦ୍ଧି, ବେକାରୀ, ଚାଷୀ ସମସ୍ୟା ଆଦି ବିରୋଧରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ିଛି ।

ଆଜି ବନ୍ଦ ପାଳନ ଅବସରରେ ରାଜଧାନୀର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ ସହ ରାସ୍ତାରୋକ କରିଛନ୍ତି । ତେଣୁ ବାଣୀବିହାର ଛକରେ ପୋଲିସ ମୁୟତନ କରାଯାଇଛି । ରାଜଧାନୀର ଜାତୀୟ ରାଜପଥରେ ଶହ ଶହ ଗାଡ଼ି ଅଟକି ରହିଛି । ଭୁବନେଶ୍ୱର ରେଳ ଷ୍ଟେସନରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ରେଳରୋକ କରାଯାଇଛି । ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍ ନଥିାରୁ ଯାତ୍ରୀମାନେ ହସ୍ତହନ୍ତ ହୋଇଛନ୍ତି । ବିବାହ ଗାଡ଼ି, ଔଷଧ ସେବା, ଆମ୍ବୁଲାନ୍ସକୁ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି । ବନ୍ଦ ପାଳନକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି । ତେବେ ଆଜି ‘ମୋ ବସ୍’ ସେବା ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.