fbpx

ତୈଳ ପରେ ଗ୍ୟାସ୍ ମହଙ୍ଗା: ୫୦ ଟଙ୍କା ବଢ଼ିଲା ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ, ୧୫ା୨: ଲଗାତର ତୈଳ ଦର ବୃଦ୍ଧି ହୋଇ ଚାଲିଥିବା ବେଳେ ପୁଣି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଇଛି । ଆସନ୍ତାକାଲିଠାରୁ ଗ୍ୟାସ୍ ସିଲିଣ୍ଡର ଦର ମହଙ୍ଗା ହେବ । ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । ତେବେ ସୋମବାର ଦିନ ୧୨ଟା ପରଠାରୁ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି । ତେବେ ଏହି ଦର ବୃଦ୍ଧି ଫଳରେ ସିଲିଣ୍ଡରର ମୂଲ୍ୟ ୭୬୯ ଟଙ୍କା ହେବ । ଏହା ପୂର୍ବରୁ ଗ୍ୟାସ ସିଲିଣ୍ଡର ୭୧୯ ଟଙ୍କା ଥିଲା । ତେବେ ଏହି ଦର ବୃଦ୍ଧି ଦିଲ୍ଲୀରେ ଲାଗୁ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.