fbpx

ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା: ଗାଡ଼ି ଓଲଟି ଚାଲିଗଲା ୧୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୧୫ା୨: ମହାରାଷ୍ଟ୍ରରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଓଲଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଜଳଗାଓଁ ଜିଲ୍ଲାର କିଗାଓଁଠାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଦୁଇଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୧୪ ଜଣଙ୍କ ମୃତ୍ୟୁ ସହ ୪ ଜଣ ଆହତ ହୋଇଥିଲେ । ଆନ୍ଧ୍ରପ୍ରଦେଶର କର୍ନୁଲ ଜିଲ୍ଲାର ମଦରପୁର ଗ୍ରାମରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.