fbpx

ଶୀତଦିନେ ପ୍ରତିଦିନ ଗାଧୋଇବା ଜରୁରୀ କି? ଜାଣନ୍ତୁ ଏହାର ଉପକାର ଓ ଅପକାର

ଶୀତଦିନେ ଅଧିକାଂଶ ଲୋକ ଗାଧୋଇବା ପାଇଁ ଭୟ କରନ୍ତି । କିନ୍ତୁ କିଛି ଲୋକ ନିୟମିତ ଗାଧୋଇବାକୁ ପସନ୍ଦ କରନ୍ତି । ଗାଧୋଇବା ଦ୍ୱାରା ଆମ ତ୍ୱଚା ସଫା ରହିଥାଏ । ଏଥିସହ ସତେଜ ଅନୁଭବ ହୁଏ । ଶୀତଦିନେ ଗାଧୋଇବା ଦ୍ୱାରା ସ୍କିନ୍ ନଷ୍ଟ ହୋଇଯାଏ ବୋଲି ଅନେକ ଭାବିଥାନ୍ତି । ଯଦି ଆପଣଙ୍କ ମନରେ ବି ଏଭଳି ପ୍ରଶ୍ନ ରହିଛି, ତେବେ ଆସନ୍ତୁ ଜାଣିବା ଶୀତଦିନେ ଗାଧୋଇବା ଦ୍ୱାରା ଫାଇଦା ହୋଇଥାଏ ନା କ୍ଷତି ହୋଇଥାଏ….

ଗାଧୋଇବାର ଲାଭ

–  ଗାଧୋଇବା ଦ୍ୱାରା ଶରୀରରୁ ଦୁର୍ଗନ୍ଧ ଦୂରେଇ ଯାଇଥାଏ । ଏହା ସହ ଶରୀରରେ ଥିବା ବ୍ୟାକ୍ଟେରିଆ ସଫା ହୋଇଥାଏ ।

–  ସ୍ନାନ କରିବା ଦ୍ୱାରା ବ୍ରଣର ସମସ୍ୟା ଦୂର ହୁଏ । ଯଦି ଆପଣ ନିୟମିତ ଭାବେ ଚର୍ମକୁ ସଫା ନକରନ୍ତି, ତେବେ ବ୍ରଣ ପିମ୍ପଲ ସମସ୍ୟା ଦେଖାଯାଏ । ତେଣୁ ଚର୍ମ ସଫା କରିବା ପାଇଁ ନିୟମିତ ଭାବେ ସ୍ନାନ କରିବା ଆବଶ୍ୟକ ।

–  ଯଦି ଆପଣ ଦୀର୍ଘ ସମୟ ଧରି ଶୀତଦିନେ ସ୍ନାନ ନକରନ୍ତି, ତେବେ ଆପଣଙ୍କ ତ୍ୱଚାରେ ଦାଗ ସୃଷ୍ଟି ହୋଇପାରେ । ଆପଣ ଏହା ବିଷୟରେ ଭଲ ଭାବରେ ଜାଣିଥିବେ । ତେଣୁ ଚର୍ମରେ ଦାଗ ହଟାଇବା ପାଇଁ ଚର୍ମ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

–  ନ ଗାଧୋଇବା ଦ୍ୱାରା ଆପଣଙ୍କ କେଶ ତେଲିଆ ହେବା ଆରମ୍ଭ ହୁଏ । ଯାହା ଫଳରେ କେଶରେ ରୁପି, ଉଙ୍କୁଣି ଆଦି ସମସ୍ୟା ଦେଖାଯାଏ । ଏଥିପାଇଁ କେଶକୁ ସଫା କରିବା ଆବଶ୍ୟକ, ଯାହାଫଳରେ ଆପଣ କେଶ ଝଡିବା ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଗାଧୋଇବା ଦ୍ୱାରା କ୍ଷତି

–  ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସି ବ୍ରେଣ୍ଡନ୍ ମିଚେଲ କୁହନ୍ତି ଯେ ଶୀତଦିନେ ଯଦି ଆପଣ ଉଷୁମ ପାଣିରେ ଗାଧୋଇଲେ ଚର୍ମର ତେଲ ବାହାରକୁ ଆସିବା ଆରମ୍ଭ କରେ । ଭଲ ବ୍ୟାକ୍ଟେରିଆ ଅପସାରଣ କରିବାର ସମ୍ଭାବନା ରହିଥାଏ । ଏଥିପାଇଁ ସପ୍ତାହରେ ୨ ରୁ ୩ ଦିନ ଗାଧୋଇବା ସ୍କିନ୍ ପାଇଁ ଭଲ ।

–  ପ୍ରତିଦିନ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଆପଣଙ୍କ ତ୍ୱଚା ନଷ୍ଟ ହୋଇପାରେ । ଆମର ନଖ ସ୍ନାନ କରିବା ସମୟରେ ଜଳ ଶୋଷିଥାଏ, ଯାହା ସେମାନଙ୍କୁ ଅଧିକ ନରମ କରିଥାଏ । ଏହି କାରଣରୁ ନଖ ଭାଙ୍ଗିବାରେ ଲାଗିଥାଏ ।

ଏହି ସବୁ ଜିନିଷରୁ ଏହା ସ୍ପଷ୍ଟ ଯେ ଗାଧୋଇାବ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ, ବରଂ ଏହା କେଉଁ ପ୍ରକାରର ଜଳ ଏବଂ ଆପଣ କିପରି ସ୍ନାନ କରୁଛନ୍ତି ତାହା ଉପରେ ନିର୍ଭର କରେ ।

Get real time updates directly on you device, subscribe now.