fbpx

ଭାରତରେ ଦକ୍ଷିଣ ଆଫ୍ରିକାର କରୋନା ଷ୍ଟ୍ରେନ୍, ବର୍ତ୍ତମାନ ସୁଦ୍ଧା ୪ ଜଣ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ ,୧୬ ।୨: ଭାରତରେ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ ଜଣଙ୍କ ମଧ୍ୟରେ କୋଭିଡ୍ -୧୯ ର ଏହି ନୂଆ ଷ୍ଟ୍ରେନକୁ ଦେଖିବାକୁ ମିଳିଛି । ସମସ୍ତ ପୀଡିତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ ସେମାନଙ୍କ ସହ ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କର ଟେଷ୍ଟ କରାଯାଇ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି । ଫେବୃଆରୀ ପ୍ରଥମ ସପ୍ତାହରେ ବ୍ରାଜିଲର କରୋନା ଭାଇରସର ଏକ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । ଖାସ୍ କଥା ହେଉଛି କି, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲର କରୋନା ଭାଇରସ ବ୍ରିଟେନରୁ ମିଳୁଥିବା ନୂତନ ଷ୍ଟ୍ରେନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ତେବେ ଦେଶରେ କେରଳ ଏବଂ ମହାରାଷ୍ଟ୍ର ରେ ଏବେବି କରୋନା ଭାଇରସର ପ୍ରଭାବ ଜାରି ରହିଛି । ଦେଶର ସକ୍ରିୟ ମାମଲାର ୭୨ ପ୍ରତିଶତ ମାମଲା ଏହି ଦୁଇଟି ରାଜ୍ୟରୁ ରହିଛି । ଖୁସିର କଥା ଏହି କି ଯେ, ଏବେ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି ।

Get real time updates directly on you device, subscribe now.