ବିକାଶ ସମସ୍ତଙ୍କ ପାଇଁ ପ୍ରାଥମିକତା ହେବା ଉଚିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୦ା୨: ଆଜି ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗଦେବା ସହ ଲଦ୍ଦାଖର ପ୍ରଶାସକ ପ୍ରଥମ ଥର ଯୋଗଦେଇଥିଲେ ।

ବୈଠକରେ ଯୋଗ ଦେଇ ମୋଦି କହିଥିଲେ ଯେ, ବିକାଶ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିକାଶ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମୁଖ୍ୟ ଏଜେଣ୍ଡା ହେବା ହେବା ଆବଶ୍ୟକ । ଦେଶର କିଛି ରାଜ୍ୟର ଗତି ତୀବ୍ର ରହିଛି । ଆଉ କିଛି ରାଜ୍ୟର ବିକାଶ ତ୍ୱରାନ୍ୱିତ ହେବା ଆବଶ୍ୟକ । ପ୍ରତ୍ୟେକ ଗରିବଙ୍କୁ ପକ୍କାଘର ଦେବା ଲକ୍ଷ୍ୟ ରଖାଯାଇଛି । । ବ୍ୟାପାରକୁ ଆହୁରି ସଶକ୍ତ କରିବାକୁ ପଡ଼ିବ । କେନ୍ଦ୍ର ଓ ରାଜ୍ୟ ମିିଳତ ଭାବେ କାର୍ଯ୍ୟ କରିବା ଦରକାର । । ଦେଶକୁ ଆଗେଇ ନେବା ପାଇଁ ଆଲୋଚନା ନିହାତି ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଦେଶରେ ପ୍ରାଇଭେଟ ସେକ୍ଟର ଅତି ଉତ୍ସାହର ସହିତ ଆଗକୁ ଅଗ୍ରଗତି କରି ଚାଲିଛି । ଏହି କ୍ଷେତ୍ରକୁ ଆମକୁ ସମ୍ମାନ ଦେବା ସହିତ ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ କରିବାକୁ ପଡ଼ିବ । କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ, ବିକାଶ, ସ୍ୱାସ୍ଥ୍ୟ ଆଦି ଉପରେ ଆଲୋଚନା ଜାରି ରହିଛି ବୋଲି ମୋଦି କହିଥିଲେ ।