fbpx

ଏଣିକି ଘରୋଇ ମେଡିକାଲରେ ଟିକାକରଣ

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଏଣିକି ରାଜ୍ୟର ଘରୋଇ ମେଡିକାଲରେ ଦିଆଯିବ କରୋନା ଟିକା । କରୋନା ଟିକାକରଣ ପାଇଁ ୧୮୩ ଘରୋଇ ହସ୍ପିଟାଲକୁ ଅନୁମତି ମିଳିଛି । ବିଏସକେୱାଇରେ ପଞ୍ଜୀକୃତ ହୋଇଥିବା ମେଡିକାଲରେ ଟିକାକରଣ ହେବ । କେନ୍ଦ୍ରର ଅନୁମତି ପରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର ।

ତେବେ ଘରୋଇ ମେଡିକାଲରେ କରୋନା ଟିକାକୁ ଅନୁମତି ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲା ରାଜ୍ୟ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ।ରାଜ୍ୟ ସରକାରଙ୍କ ଚିଠି ଉପରେ ମାହର ମାରିଥିଲେ କେନ୍ଦ୍ର ସରକାର । ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ ।

Get real time updates directly on you device, subscribe now.