fbpx

କୋଭିଡ କଟକଣାରେ ଶିବରାତ୍ରୀ

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): କରୋନା ଭାଇରସର ପ୍ରଭାବ ଏବେବି ଜାରି ରହିଛି । ତେଣୁ ଏଥର କୋଭିଡ କଟକଣା ମଧ୍ୟରେ ଶିବରାତ୍ରୀ ପାଳନ ହେବ । ଆଡକାଠରୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ହେବ, କିନ୍ତୁ ଗର୍ଭଗୃହକୁ ପ୍ରବେଶ ପାଇଁ ଅନୁମତି ନାହିଁ । ଛୋଟ ପିଲା ଓ ୬୦ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦର୍ଶନ ପାଇଁ ମନା ହୋଇଛି । ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଦର୍ଶନ ହେବ । ଶ୍ରଦ୍ଧାଳୁଙ୍କ ପାଇଁ ଛାଇ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.