fbpx

ଏଇ ଯୁବକ ହେଉଛନ୍ତି ଇଲେକ୍ଟ୍ରିମ୍ୟାନ୍, ୪୪୦ ଭୋଲ୍ଟର ବିଦ୍ୟୁତ ବି ତାଙ୍କ ଆଗରେ ପ୍ରଭାବହୀନ

ପୂର୍ବରୁ ଆପଣମାନେ ଶକ୍ତିମାନ, ସ୍ପାଇଡରମ୍ୟାନ ଓ ସୁପରମ୍ୟାନ ବିଷୟରେ ଜାଣିଥିବେ । ମାତ୍ର ଇଲେକ୍ଟ୍ରିମ୍ୟାନ ବିଷୟରେ ଆପଣ କେବେ ଶୁଣିନଥିବେ । ଉତ୍ତରପ୍ରଦେଶର ମୁଜାଫରନଗରରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କ ଠାରେ ୪୪୦ ଭୋଲ୍ଟର ବିଦ୍ୟୁତ ପ୍ରଭାବହୀନ ଅଟେ । ଲୋ ଭୋଲଟେଜର ଇଲେକ୍ଟ୍ରିକୁ ନେଇ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେଉଥିବା ବେଳେ ଉଚ୍ଚ ପାୱାର ସମ୍ପନ୍ନ ବିଦ୍ୟୁତ ଏହି ଯୁବକଙ୍କର କିଛି ବି କ୍ଷତି କରିପାରୁନାହିଁ । ଏହି ଯୁବକ ଜଣକ, ଖାଲି ପାଦ, ବିନା ବିଦ୍ୟୁତ ଉପକରଣରେ ବିଜୁଳି ତାରକୁ ସଂଯୋଗ କରିପାରୁଛନ୍ତି ।

ସେହି ବ୍ୟକ୍ତିଜଣକ ହେଉଛନ୍ତି ୪୨ ବର୍ଷୀୟ ନରେଶ କୁମାର । ନିଜର ଏହି ଅଦ୍ଭୂତ ପ୍ରତିଭା ଯୋଗୁଁ ନରେଶ ଚର୍ଚ୍ଚାରେ ରହିଛନ୍ତି । ମେଡିକାଲକୁ ଆସୁଥିବା ମୃତଦେହର ପୋଷ୍ଟମର୍ଟମ କାର୍ଯ୍ୟରେ ନରେଶ ଡାକ୍ତରଙ୍କୁ ସାହାଯ୍ୟ କରିଥାନ୍ତି । ଜଣେ ଯୁବକଙ୍କ ଡେଡବଡିର ପୋଷ୍ଟମର୍ଟମ ସମୟରେ ନରେଶଙ୍କୁ କରେଣ୍ଟ ଲାଗିଥିଲା ଓ ସେ କିଛି ଦୂରକୁ ଛିଟିକି ପଡ଼ିଥିଲେ । ସେହିଦିନ ଠାରୁ ନରେଶଙ୍କ ଶରୀରରେ ପରିବର୍ତ୍ତନ ଆସିଥିଲା ।

Get real time updates directly on you device, subscribe now.