fbpx

୫୦ ବର୍ଷ ମଧ୍ୟରେ ଏହି ଗାଁରେ କୌଣସି ସନ୍ତାନ ଜନ୍ମ ହୋଇନାହାନ୍ତି, କାହିଁକି

AAKASH

ମଧ୍ୟପ୍ରଦେଶର ରାଜଗଡ଼ ଅଞ୍ଚଳରେ ଏକ ଗାଁ ରହିଛି, ଯେଉଁଠାରେ ୫୦ ବର୍ଷ ମଧ୍ୟରେ କୌଣସି ସନ୍ତାନ ଜନ୍ମ ହୋଇ ନାହାନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ କଥାଟି ସତ ଅଟେ । ଗାଁର ଲୋକମାନେ ଏକ ଅନ୍ଧବିଶ୍ୱାସକୁ ଗ୍ରହଣ କରି ଆଜି ପର୍ଯ୍ୟନ୍ତ ମାନି ଆସୁଛନ୍ତି । ସଙ୍କା ଜାଗିର ଗ୍ରାମରେ ଏହିପରି ପ୍ରଥା ଚାଲିଆସିଛି । କୌଣସି ମହିଳା ଗ୍ରାମର ସୀମା ମଧ୍ୟରେ ସନ୍ତାନକୁ ଜନ୍ମ ଦେଇପାରିବେ ନାହିଁ । ଗ୍ରାମବାସୀଙ୍କ ବିଶ୍ୱାସ ରହିଛି ଯେ, ଗାଁର ସୀମାରେ ସନ୍ତାନ ଜନ୍ମ ହେଲେ, ସନ୍ତାନର ମୃତ୍ୟୁ ଘଟିବ ଅବା ସନ୍ତାନଟି ବିକଳାଙ୍ଗ ହୋଇଯିବ ।

ଯେତେବେଳେ କୌଣସି ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୁଏ, ସେ ସମୟରେ ତାଙ୍କୁ ଗ୍ରାମର ସୀମା ବାହାରକୁ ନିଆଯାଇଥାଏ । ପୂର୍ବରୁ ଗ୍ରାମର ଲୋକମାନେ ଗାଁ ବାହାରେ ଘର ନିର୍ମାଣ କରିଥାନ୍ତି । ଗ୍ରାମର ବୃଦ୍ଧମାନେ କୁହନ୍ତି ଯେ, ପୂର୍ବକାଳରେ ଗ୍ରାମରେ ଶ୍ୟାମଜୀଙ୍କର ଏକ ମନ୍ଦିର ଥିଲା । ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ଗାଁର ସୀମା ମଧ୍ୟରେ କୌଣସି ସନ୍ତାନ ଜନ୍ମ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହିଦିନ ଠାରୁ ଏହି ପରମ୍ପରା ପାଳନ କରାଯାଇ ଆସୁଛି । ୫୦ ବର୍ଷ ମଧ୍ୟରେ ଗାଁରେ କୌଣସି ସନ୍ତାନ ଜନ୍ମ ଦେଖିନାହାନ୍ତି ବୋଲି ଗ୍ରାମର କିଛି ବୃଦ୍ଧ ବ୍ୟକ୍ତି କହିଛନ୍ତି ।

Get real time updates directly on you device, subscribe now.