fbpx

ଶିଶୁକୁ କାମୁଡ଼ି ମୃତ୍ୟୁଦଣ୍ଡରେ ଦଣ୍ଡିତ ହେଲା କୁକୁର

ସାଧାରଣତଃ ଅପରାଧୀମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥାଏ । କିନ୍ତୁ ଆପଣମାନେ କେବେ କୌଣସି କୁକୁରକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବାର ଖବର ଶୁଣିଛନ୍ତି କି ? ପଞ୍ଜାବ ପ୍ରଦେଶର ସହାୟକ କମିଶନର ଗୋଟିଏ କୁକୁରକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । କୁକୁରଟି ଏକ ଛୋଟ ଶିଶୁକୁ କାମୁଡ଼ିବା ପରି ଅପରାଧ କରିଥିବାରୁ ତା’ ପାଇଁ ଏହି ଦଣ୍ଡ ବିଧାନ କରାଯାଇଛି ।

କୁକୁରକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିବା ସହାୟକ କମିଶନର କହିଛନ୍ତି ଯେ, କୁକୁରଟିର ଆକ୍ରମଣରେ ଶିଶୁଟିର ଅବସ୍ଥା ଗୁରୁତର ରହିଛି, ତେଣୁ କୁକୁରଟିକୁ ମୃତ୍ୟୁ ଦଣ୍ଡ ଦେବା ଉଚିତ ଥିଲା । ଜଣେ ଅଧିକାରୀ କୁକୁରର ପଞ୍ଜୀକରଣ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୁକୁରର ମାଲିକ ବିରୋଧରେ ସିଭିଲ କୋର୍ଟରେ ମାମଲା ଚାଲିଛି । କୁକୁରର ମାଲିକ କହିଛନ୍ତି ଯେ, ଆହତ ଶିଶୁର ପରିବାର ଲୋକେ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଫଳରେ ସେ ଏକ ସପ୍ତାହ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ତେବେ ଏହି ପ୍ରସଙ୍ଗରେ ପୁନର୍ବାର କୁକୁରକୁ ଦଣ୍ଡଦେବା ଅନ୍ୟାୟ ଅଟେ । ସେ ତାଙ୍କର କୁକୁରକୁ ନ୍ୟାୟ ଦେବା ପାଇଁ ସମସ୍ତ କୋର୍ଟରେ ଆବେଦନ କରିବେ ବୋଲି କୁକୁର ମାଲିକ କହିଛନ୍ତି ।

Get real time updates directly on you device, subscribe now.