fbpx

ଆଜିଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ, ୧୫ା୩: ଆଜିଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ । ସର୍ବଭାରତୀୟସ୍ତରର ପ୍ରାୟ ୧୦ ଲକ୍ଷ କର୍ମଚାରୀ ଏହି ଧର୍ମଘଟରେ ଭାଗନେବେ । ଧର୍ମଘଟରେ ୯ଟି ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ସଂଘ ସାମିଲ ହେବେ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (ୟୁବିଏଫଆଇ) ପକ୍ଷରୁ ଏହି ଡାକରା ଯାଇଛି ।
ତେବେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ଅନେକ ରାଷ୍ଟ୍ରାୟତ ବ୍ୟାଙ୍କର କାର୍ଯ୍ୟାଳୟ ଓ ଶାଖାଗୁଡ଼ିକରେ ଏହାର ପ୍ରଭାବ ପଡ଼ିବ ବୋଲି ଉକ୍ତ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ସେହିପରି ବ୍ୟାଙ୍କରୁ ଟଙ୍କା ଉଠାଇବା, ଜମା କରିବା, ଚେକ୍ କ୍ଲିୟରାନ୍ସ ଭଳି ସେବା ଉପରେ ମଧ୍ୟ ପ୍ରଭାବ ପଡ଼ିବ । ଧର୍ମଘଟ ସମୟରେ ଏଟିଏମଗୁଡ଼ିକ ସେବା ଜାରି ରହିବ ।

Get real time updates directly on you device, subscribe now.