fbpx

ଯୁବକଙ୍କ ଉଚ୍ଚତା ଦୁଇ ଫୁଟ, ଜୀବନସାଥୀ ଖୋଜି ଖୋଜି ହେଲେ ନୟାନ୍ତ: ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ସାହାଯ୍ୟ

ଯୁବକଙ୍କର ବୟସ ୨୬ ବର୍ଷ, ଉଚ୍ଚତା ୨ ଫୁଟ । ଉତ୍ତରପ୍ରଦେଶର ମୁଜାଫରନଗରରେ ରହୁଥିବା ଅଜିମ ମନସୁରୀ ମହଜ ନାମକ ଏହି ଯୁବକ ଜଣକ ବିବାହ ପାଇଁ କନ୍ୟା ଖୋଜୁଛନ୍ତି । ସେ ନିଜର ଏକ କସମେଟିକ୍ ଦୋକାନ କରିବା ସହ ଭଲ ଇନକମ୍ କରୁଛନ୍ତି । କନ୍ୟା ଖୋଜି ଖୋଜି ସେ ନୟାନ୍ତ ହୋଇ ସାରିଲେଣି, ହେଲେ ତାଙ୍କୁ କେହି ବିବାହ କରିବାକୁ ରାଜି ହେଉନାହାନ୍ତି । ବାଧ୍ୟହୋଇ ଅଜିମ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ନିଜର ଦୁଃଖ ଜଣାଇଥିଲେ । ଅଜିମ ପୋଲିସକୁ ମଧ୍ୟ ତାଙ୍କର ସମସ୍ୟା ଜଣାଇଥିଲେ । ତେବେ ପୋଲିସ ଅଜିମଙ୍କର ସମସ୍ୟାକୁ କିପରି ସମାଧାନ କରିବେ, ସେନେଇ ଚିନ୍ତାରେ ପଡ଼ିଯାଇଥିଲା ।

ଗତବର୍ଷ ଅଜିମ ଆଡିସନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କ ପାଖକୁ ନିଜର ସମସ୍ୟା ନେଇ ଗୁହାରି କରିବାକୁ ଯାଇଥିଲେ । ଅଜିମ କୁହନ୍ତି ଯେ, ନିଜର ବାହାଘକୁ ନେଇ ତାଙ୍କୁ ରାତିରେ ନିଦ ହେଉ ନାହିଁ । ଦୀର୍ଘ ସମୟ ଧରି ସେ ଜୀବନସାଥୀ ଖୋଜୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପାଇପାରି ନାହାନ୍ତି । କୈରାନା ଅଞ୍ଚଳରେ ରହୁଥିବା ଅଜିମ ନିଜର ପରିବାରର ଛଅ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ଛୋଟ । ସ୍କୁଲରେ ପାଠ ପଢ଼ିବା ବେଳେ ନିନ୍ଦା ଓ ଅପମାନ କାରଣରୁ ସେ ୫ମ ଶ୍ରେଣୀରୁ ପାଠ ଛାଡ଼ିଥିଲେ । ତା’ ପରଠାରୁ ନିଜ ଭାଇଙ୍କର ଦୋକାନରେ କାମ କରିବା ଆରମ୍ଭ କରିଥିଲେ । ଅଜିମଙ୍କର ମାତାପିତା ମଧ୍ୟ କନ୍ୟା ସନ୍ଧାନରେ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅସଫଳ ହେଉଛନ୍ତି । ବହୁ ଲୋକ ଅଜିମଙ୍କୁ ଦେଖିବାକୁ ଆସିଥିବା ବେଳେ କମ ଉଚ୍ଚତା ଯୋଗୁଁ ସମସ୍ତେ ତାଙ୍କୁ ରିଜେକ୍ଟ କରିଦେଇଥିବା ଅଜିମଙ୍କ ଜୀଜାଜୀ କହିଛନ୍ତି ।

Get real time updates directly on you device, subscribe now.