fbpx

ଗୃହରେ ପୁଣି ଉତ୍ତେଜନା, ୪ଟା ଯାଏଁ ମୁଲତବୀ

ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ଚାଷୀଙ୍କ ଧାନ ମଣ୍ଡି ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ପୁଣି ଗୃହରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ଫଳରେ ଗୃହରେ ଅଚଳାବସ୍ଥା ଜାରି ହୋଇଛି । ଗୃହକୁ ଅପରାହ୍ମ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଅନ୍ୟପଟେ ଗୃହରେ ଅଚଳାବସ୍ଥା ନେଇ ବିଜେଡି ଓ ବିଜେପି ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ, ‘ବିଜେପି ଓ ବିଜେଡି ଚାହୁଁଛନ୍ତି ବିଧାନସଭା ନ ଚାଲୁ । ଚାଷୀଙ୍କ ଧାନ ନ ଉଠୁ । ବିଜେଡି ଓ ବିଜେପି ବିଧାନସଭାରେ କେବେଳ ଡ୍ରାମା କରୁଛନ୍ତି ।’

Get real time updates directly on you device, subscribe now.