fbpx

କୃଷି ଓଡିଶା-୨୦୨୧ ଉଦଘାଟିତ

ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ଭୁବନେଶ୍ୱର ବରମୁଣ୍ଡାରେ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା-୨୦୨୧’ ଉଦଘାଟିତ ହୋଇଯାଇଛି । ଭର୍ଚୁଆଲ ମୋଡରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷିମନ୍ତ୍ରୀ ଅରୁଣ ସାହୁ ଓ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଏଥିରେ ଉପସ୍ଥିତ ରହିଛନ୍ତି । କୃଷି ପ୍ରଦର୍ଶନୀରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫ ଶହ ଚାଷୀମାନେ ଯୋଗଦେଇଛନ୍ତି । କୃଷି ପ୍ରଦର୍ଶନୀରେ ୧୬୦ଟି କୃଷି ମଣ୍ଡପ ସ୍ଥାନ ପାଇଛି । ଚଳିତବର୍ଷ ଥିମ୍ ରହିଛି ‘ସମନ୍ୱିତ ଚାଷ-ଚାଷୀର ବିକାଶ’ ।

ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜର ଉଦବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘କିଛି ସ୍ଥାନରେ ଲୋକେ ଚାକିରି ଛାଡି ଚାଷ କରୁଥିବା ଦେଖାଦେଉଛି । ମାଛ ଚାଷରେ କଳାହାଣ୍ଡିର ଚାଷୀ ଦେଶରେ ପ୍ରଥମ ହୋଇଛନ୍ତି । ଚାଷୀର ପରିଶ୍ରମ ଓ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି । ଚାଷୀ କିପରି ଉତ୍ପାଦିତ ମୂଲ୍ୟର ଉଚିତ୍ ମୂଲ୍ୟ ପାଇବେ, ସେଥିରେ ମୁଁ ଫୋକସ କରୁଛି । ନୂଆ ନୂଆ ଟେକ୍ନୋଲୋଜିକୁ ଚାଷୀମାନେ ଆପଣାନ୍ତୁ ।’

Get real time updates directly on you device, subscribe now.