fbpx

ବୁଢାରଜା ଜଙ୍ଗଲରେ ପୁଣି ନିଆଁ

ସମ୍ବଲପୁର,୧୭ ।୩(ଓଡିଶା ଭାସ୍କର): ସମ୍ବଲପୁର ବୁଢାରଜା ସଂରକ୍ଷିତ ଜଙ୍ଗଲରେ ପୁଣି ଲାଗିଲା ନିଆଁ । ନିଆଁ ଲିଭାଇବାକୁ ବନ ବିଭାଗ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି । ଜଙ୍ଗଲରେ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ ହେଉଛି ।

ଏହାର ୨ ଦିନ ପୂର୍ବରୁ କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର କଳାପାଟ ସଂରକ୍ଷିତ ଜଙ୍ଗଲରେ ପୁଣି ନିଆଁ ଲାଗିଥିଲା । ପଡାଙ୍ଗ ଗାଁ ନିକଟ କଳାପଥର ଜଙ୍ଗଲ ହୁ ହୁ ହୋଇ ଜଳିଥିଲା । ତେବେ ଗତ ୧୫ ଦିନଧରି ତେଲକୋଇ ରେଞ୍ଜର ବେଣାମୁଣ୍ଡା, ଶିଖେଶ୍ବରୀ, ସମାକୋଇ, କଳାପାଟ ,ସଂରକ୍ଷିତ ଜଙ୍ଗଲ ବିଭିନ୍ନ ସ୍ଥାନରେ ନିଆଁ ହୁତୁହୁତୁ ହୋଇ ଜଳୁଛି । ଗୋଟିଏ ପରେ ଗୋଟିଏ ଜଙ୍ଗଲ କୁ ନିଆଁ ବ୍ୟାପିବାରେ ଲାଗିଛି।

Get real time updates directly on you device, subscribe now.