fbpx

କରୋନାକୁ ଦେଖି ଆସିଲା ନୂଆ ଗାଇଡଲାଇନ୍: ୫୦% କର୍ମଚାରୀରେ ଚାଲିବ ଅଫିସ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ମୁମ୍ବାଇ,୧୯ ।୩: ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣରେ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଆଜି ସରକାର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତିବନ୍ଧକ ବଢାଇଛନ୍ତି । ନୂଆ ଗାଇଡଲାଇନ୍ ମୁତାବକ, ସମସ୍ତ ଥିଏଟର ଓ ଅଡିଟୋରିୟମ କେବଳ ୫୦ ପ୍ରତିଶତ କ୍ଷମତା ସହିତ ସଞ୍ଚାଳିତ ହେବ । ସମସ୍ତ ପ୍ରାଇଭେଟ ବା ଘରୋଇ ଅଫିସ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଏହା ସହ ସର୍ବତ୍ର ମାସ୍କର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସ୍ୱାସ୍ଥ୍ୟ ଓ ଅନ୍ୟ ସବୁ ଜରୁରୀ ସେବାକେୁ ଏଥିରୁ ବାଦ୍ ଦିଆଯାଇଛି । ବାକି ସବୁ ଅଫିସ ପାଇଁ ଏହି ନିୟମ ଲାଗୁ ହେବ ।

ମହାରାଷ୍ଟ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ, ଯଦି କୌଣସି କାର୍ଯ୍ୟାଳୟ ବା ଥିଏଟର ନିୟମ ଉଲ୍ଲଂଘନ କରେ, ତେବେ ତାକୁ ବନ୍ଦ କରାଯିବ । ଏଥିସହ ସରକାରୀ ଓ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟଗୁଡିକର ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଉପରେ ନିଷ୍ପତ୍ତି ନେବାକୁ କୁହାଯାଇଛି । କିନ୍ତୁ ଉତ୍ପାଦନ କ୍ଷେତ୍ରରେ ୧୦୦% ସଂଖ୍ୟା ସହ କାମ କରିପାରିବେ ।

ତେବେ ମହାରାଷ୍ଟ୍ରରେ କରୋନା ପରିସ୍ଥିତି ଆହୁରୀ ବିଗିଡିବାରେ ଲାଗିଛି । ଗତ ଗୁରୁବାର ଦିନ ରାଜ୍ୟରେ ୨୫ ହଜାର ୮୩୩ ନୂଆ ମାମଲା ସାମ୍ନାକୁ ଆସିଛି । ଗତ ବର୍ଷ ମାର୍ଚ୍ଚ ପରେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ପଜିଟିଭ୍ କେସ ଆସିଛି ।

Get real time updates directly on you device, subscribe now.