fbpx

ରାଜ୍ୟର ଏହି ସହରରେ ଲାଗିପାରେ ନାଇଟ୍ କର୍ଫ୍ୟୁ! ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୨୨ା୩: ଦେଶରେ କରୋନା ଭାଇରସର ଦ୍ୱିତୀୟ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି । ପରିସ୍ଥିତିକୁ ଦେଖି ଦେଶର ଅନେକ ରାଜ୍ୟ ସରକାର ଲକଡାଉନ ଘୋଷଣା କରିସାରିଲେଣି । ଏଥିସହ କିଛି ରାଜ୍ୟରେ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି ।

କରୋନାକ ବୃଦ୍ଧିକୁ ଦେଖି ରାଜସ୍ଥାନର ଆଠଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଂକ୍ରମଣ ସ୍ଥିତିକୁ ସୁଧାରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ସମସ୍ତ ବଜାର ରାତି ୧୦ଟା ପରେ ବନ୍ଦ କରିବାକୁ କୁହାଯାଇଛି । ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.