fbpx

ବଡ଼ଯାତ୍ରା ପାଇଁ ମାଲକାନଗିରି ସହର ମୁଖରିତ : ତିନି ଠାକୁର ଓ ଦେବୀ ମୁତ୍ୟେଲୁଆମ୍ମାଙ୍କୁ ପାଛୋଟି ଆଣିଲେ ସହରବାସୀ

କନ୍ୟାମାଝିବନ୍ଧ ଓ ମାଣ୍ଡିଆଭଟ୍ଟା ପୀଠରେ ସହତ୍ସାଧିକ ଭକ୍ତଙ୍କ ଭିଡ

ମାଲକାନଗିରି,୨୭।୩: ଗତ କାଲି ପବିତ୍ର ତମସା ନଦୀକୂଳ ପିଠରେ ରାତ୍ରି ଯାପନ କରିବା ପରେ ଆଜି ତିନି ଠାକୁର ବାଲରାଜ , କାନମରାଜ, ପୋତରାଜ ଓ ଦେବୀ ମୁତ୍ୟେଲୁଆମ୍ମା ମାଲକାନଗିରି ସହରକୁ ଆଗମନ କରିଛନ୍ତି । ତମସା ଠାରେ ଶହ ଶହ ଭକ୍ତ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ମାନସିକ ଧାରୀମାନେ ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥିବାରୁ ଦେବୀ ମୃତ୍ୟେଲୁଆମ୍ମାଙ୍କୁ ଭୋଗ ଦେଇଥିଲେ ଓ ଭବିଷ୍ୟତରେ ମଧ୍ୟ ପରିବାରର ଆରୋଗ୍ୟ କାମନା କରିଥିଲେ । ଆଜି ପୂର୍ବାହ୍ନରେ ତିନି ଠାକୁର ଓ ଦେବୀ ମାଲକାନଗିରି ସହର କନ୍ୟାମାଝିବନ୍ଧ ପୀଠ ସ୍ଥଳୀକୁ ଆଗମନ କରିବା ପରେ ସହରବାସୀ ବିରାଟ ପଟୁଆରରେ ପାଛୋଟି ଆଣିଥିଲେ । କନ୍ୟାମାଝିବନ୍ଧ ପୀଠରେ ସାରା ଦିନ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ର୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ସହ ଭକ୍ତ ମାନେ କିପରି ସୁରଖୁରୁରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ଓ କୋଭିଡ କଟକଣା ଓ ନିୟମକୁ ପାଳନ କରିବେ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିି ଦିଆଯାଇଛି । ଗତ ଏକ ମାସ ଧରି ଦେବ ଦେବୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଶେଷ ହେବା ପରେ ଗତ ୨୨ ତାରିଖରେ ମାନ୍ୟମକୋଣ୍ଡାରୁ ବାହାରି ନୌକାବିହାର ପରେ ଆନ୍ଧ୍ର ପ୍ରଦେଶର ତାଡକାରେହୁ ଠାର ସ୍ନାନ କରିବା ପରେ ଠାକୁର ପୁଣି ମାଲକାନଗିରି ଜିଲ୍ଲାର ପୋଲେରୁ , ମାନ୍ୟମକୋଣ୍ଡା ଫେରି ପ୍ରଥମ ଅନ୍ନଭୋଗ ପାଇବା ପରେ ମାଲକାନଗିରିର ଅଭିମୂଖେ ବାହାରିଥିଲେ । ଇତି ମଧ୍ୟରେ କାଲିମେଳା,କାଙ୍ଗୁକୋଣ୍ଡା, ତମସା ରାତ୍ରି ରହଣି ପରେ ଆଜି ସକାଳେ ୩ ଠାକୁରଙ୍କ ସହ ଦେବୀ ମୁତ୍ୟେଲୁଆମ୍ମା ମାଲକାନଗିରିରେ ପହଂଚିଛନ୍ତି । ଆଜି ଦିନତମାମ ଭକ୍ତମାନେ କନ୍ୟାମାଝିବନ୍ଧ ଠାରେ ଦର୍ଶନ କରିବା ପରେ ସଂଦ୍ଧ୍ୟାରେ ଏକ ଶୋଭାଯାତ୍ରାରେ ମାଣ୍ଡିଆଭଟ୍ଟାଠାରେ ପହଂଚିଛନ୍ତି । ଏଠାରେ ରାତ୍ରି ରହଣି ପରେ ଆସନ୍ତାକାଲି ଅର୍ଥାତ ୨୮ ତାରିଖ ସଂଦ୍ଧ୍ୟାରେ ମାଉଳି ମାଁଙ୍କ ମନ୍ଦିରର ସିଂହଦ୍ୱାର ଅଭିମୂଖେ ବାହରିବାର କାର୍ଯ୍ୟକ୍ରମ ରହିଛି । କୋଭିଡ-୧୯ କଟକଣା ଯୋଗୁଁ ଚଳିତ ବର୍ଷ ରାଜ୍ୟ ବାହାରୁ ବିଭିନ୍ନ ବ୍ୟବସାୟୀମାନେ ଆସି ନଥିବା ବେଳେ ମୀନା ବଜାର , ରାମଦୋଳି, ରାସ୍ତା କଡ଼ ଦୋକାନକୁ ବାରଣ କରାଯାଇଛି । ଏହାବ୍ୟତୀତ ସଂସ୍କୃତିକ କାର୍ଯ୍ୟକ୍ରମ , ଦେଶୀଆ ନାଟ, ଅପେରାକୁ ବାରଣ କରାଯାଇ ରାତ୍ରି ୯ ଟା ପରେ ରାତ୍ର କର୍ଫ୍ୟଉ ଜାରୀ କରାଯାଇଛି । ଭକ୍ତଙ୍କ ଭୀଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.