fbpx

କରୋନା ସଂକ୍ରମଣ ଥମିବାର ନାଁ ଧରୁନି, ସରକାର ସମଗ୍ର ଦେଶରେ ଲାଗୁକଲେ ଲକଡାଉନ୍, ଜାଣନ୍ତୁ କେବେ

ଢାକା, ୩ା୪: ଦେଶରେ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ । ଭାରତରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଡ଼ୋଶୀ ଦେଶ ବାଂଲାଦେଶ ସରକାର ସମଗ୍ର ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହି ଲକଡାଉନ୍ ଆସନ୍ତା ୫ ତାରିଖରୁ ଲାଗୁ ହେବ ବୋଲି ଜଣାପଡ଼ିଛି । ଏହି ସମୟରେ ପ୍ରତ୍ୟେକ ସରକାରୀ ଅଫିସ ବନ୍ଦ ରହିବ । ତେବେ ଲକଡାଉନ ସମୟରେ ଜରୁରୀକାଳୀନ ସେବା ଜାରି ରହିବ ବୋଲି କୁହାଯାଇଛି । ତେବେ କଟକଣା ନେଇ ସବିଶେଷ ରିପୋର୍ଟ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.