fbpx

କିଏ ସେହି ନକ୍ସଲ ମୁଖ୍ୟ ହିଡମା? ୨୨ଜଣ ଯବାନଙ୍କ ସହିଦ ହେବା ପଛରେ ହିଡମାର ଭୂମିକା କଣ ଜାଣିବା ପାଇଁ ପଢ଼ନ୍ତୁ ପୁରା ଖବର

ଛତିଶଗଡ, ୫ା୪ (ଓଡିଶା ଭାସ୍କର) : ନକ୍ସଲ ମାନଙ୍କ ବଡ ଧରଣର ଆକ୍ରମଣରେ ଶନିବାର ସହିଦ ହୋଇଛନ୍ତି ୨୨ ଏବଂ ଗୁରୁତର ଆହାତ   ହୋଇଛନ୍ତି   ୩୧ ଯବାନ । ଯବାନ ଏବଂ ନକ୍ସଲ ମାନଙ୍କ ମଧ୍ୟରେ ଏହି ଆକ୍ରମଣ ସେତେବେଳେ ହୋଇଥିଲା, ଯେତେବେଳେ ସୁକମା-ବିଜାପୁର    ବର୍ଡରରେ   ନକ୍ସଲ   ମାନଙ୍କ ବିରୋଧରେ ଅପରେସନ୍ ଜାରି ରହିଥିଲା । ଏହି ସମୟରେ ନକ୍ସଲ ମାନେ ଯବାନ ମାନଙ୍କ ଉପରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ ଏବଂ ଏଥିରେ ୨୨ ଯବାନ ସହିଦ ହୋଇଥିଲେ । ତେବେ ଏହି ଆକ୍ରମଣ ପଛରେ ହିଡମା ନାମକ ଏକ ନକ୍ସଲର ହାତ ରହିଛି ଯିଏ ଏହି ଆକ୍ରମଣର ନକ୍ସା ଆଙ୍କିଥିଲା  ।  ଆଉ ଯାହାର ଇସାରାରେ ଏହି ଆକ୍ରମଣ ସେମାନଙ୍କ ପାଇଁ ସଫଳ ହୋଇଥିଲା । ଏବେ ହିଡମା ଛତିଶଗଡର ଜଙ୍ଗଲରେ ଲୁଚି ରହିଛି ଏବଂ ତା’ ନାମରେ ପୁର୍ବରୁ ୪୦ ଲକ୍ଷ ଟଙ୍କା ଘୋଷଣା ମଧ୍ୟ ହୋଇଥିବାର ସୁଚନା ମିଳିଛି ।

 

ସୁଚନା ଅନୁସାରେ, ନକ୍ସଲ ମାନଙ୍କ ଉପସ୍ଥିତି ସକ୍ରାନ୍ତରେ ସୁଚନା ପାଇ ଯବାନ ମାନେ ସେମାନଙ୍କୁ ଧରିବା ପାଇଁ ଅପରେସନ୍ ଆରମ୍ଭ କରିଥିଲେ । କିନ୍ତୁ ଯବାନ ମାନଙ୍କ ଅପରେସନ୍ ପୁର୍ବରୁ ହିଁ ନକ୍ସଲ ମାନେ ସେଠାରେ ହତିଆର ସହ ସଜାଗ ରହିଥିଲେ ଏବଂ ଯବାନ ମାନଙ୍କ ଉପରକୁ ହଠାତ୍ ଫାୟାରିଂ କରିଥିଲେ । ଆଉ ଏହି ସବୁର ପ୍ଲାନ୍ ଆଗରୁ ପ୍ରସ୍ତୁତ କରିଥିଲା ହିଡମା । ଏନେଇ ବିଶେଷ ସୁତ୍ରରୁ ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ହିଡମା କିଏ? ଏହି ହିଡମା ହେଉଛି ସୁକମାର ପୁଆରତୀ ଗାଁର ବାସିନ୍ଦା । କୁହାଯାଉଛି ଯେ, ୯୦ ଦଶକରେ ସେ ନକ୍ସଲମାନଙ୍କ ସଂଗଠନରେ ଯୋଗ ଦେଇଥିଲା ଆଉ ସେବେଠାରୁ ସେ ନକ୍ସଲମାନଙ୍କ କାର୍ଯ୍ୟାକଳାପ ସହ ଜଡିତ । କିନ୍ତୁ ପୋଲିସ୍ ତାକୁ ଧରିବାରେ ଅସଫଳ ରହିଛି କାରଣ ପୋଲିସ୍ ପାଖରେ ତା’ର ଅଦ୍ୟତନ ଫଟୋ ନାହିଁ । ଆଉ ଯେଉଁ ଫଟୋ ଉପଲବ୍ଧ ରହିଛି ତାହା ୯୦ ଦଶକର । ତେବେ ପୋଲିସ୍ ହିଡମା ନାମରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହିଡମା ଏବଂ ତାର ସାଥି ନକ୍ସଲମାନେ ପ୍ରତିବର୍ଷ ଜାନୁଅ।।ରୀରୁ ଜୁନ୍ ମାସ ମଧ୍ୟରେ ବଡ ଧରଣର ଆକ୍ରଅଣ କରନ୍ତି । କାରଣ ଏହି ଦିନମାନଙ୍କରେ ସେମାନଙ୍କୁ ଘନ ଜଙ୍ଗଲରେ ଲୁଚିବାକୁ ସୁଯୋଗ ମିଳେ । ଆଉ ଏହି ସମୟରେ ହିଁ ସେମାନେ ସୁରକ୍ଷାବଳ ଉପରେ ଅତର୍କିତ ଆକ୍ରମଣ କରନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଶନିବାର ହୋଇଥିବା ଆକ୍ରମଣ । ଯେଉଁଥିରେ ସେମାନେ ୨୨ ଜଣ ଯବାନଙ୍କ ଉପରକୁ ଫାୟାରିଂ କରିଥିଲେ । ଏହି ବଡ ଘଟଣା ପରେ ଡାଇରେକ୍ଟର ଜେନେରାଲ କୁଲଦୀପ ସିଂ ଛତିଶଗଡ ପହଞ୍ଚିଥିଲେ ଏବଂ ସ୍ଥିତି ପରଖିଥିଲେ । ଏହି ଆକ୍ରମଣ ପରେ ନକ୍ସଲମାନେ ସହିଦ ଯବାନ ମାନଙ୍କ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଏବଂ ସେମାନଙ୍କ ହତିଆର ସବୁକୁ ନେଇ ଚାଲି ଯାଇଥିବା ସୁତ୍ରରୁ ଜଣାପଡିଛି ।

Get real time updates directly on you device, subscribe now.