୧୦ ଟଙ୍କିଆ ଶାଢ଼ୀ କିଣିବା ପାଇଁ ଲାଗିଲା ମହିଳାଙ୍କ ଲମ୍ବା ଲାଇନ୍, ଆଉ ତା’ପରେ…

ସପିଂ କରିବା ହେଉଛି ମହିଳାମାନଙ୍କର ସବୁଠାରୁ ବଡ଼ ଦୁର୍ବଳତା । ଅଧିକାଂଶ ମହିଳାଙ୍କର ସପିଂ କରିବା ଏକ ସଉକ । ଶସ୍ତାରେ କୌଣସି ଜିନିଷ ମିଳିବାର ସୁଯୋଗ ମିଳିଲେ ସେଠାରେ ମହିଳାମାନଙ୍କର ଭିଡ଼ ଜମିବା ସ୍ୱାଭାବିକ। ନିକଟରେ ମୁମ୍ବାଇରେ  ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ।

ନିକଟରେ ମୁମ୍ବାଇର ଉଲ୍ଲାସନଗର ମାର୍କେଟରେ ଦାମି ଶାଢ଼ୀ ମାତ୍ର ୧୦ ଟଙ୍କାରେ ମିଳୁଥିବା ଖବର ପ୍ରଘଟ ହୋଇଥିଲା । ତେବେ ଏହି ଖବର ପ୍ରକାଶ ପାଇବାର ଘଣ୍ଟାଏ ମଧ୍ୟରେ ହଜାର ହଜାର ମହିଳା ଉକ୍ତ ମାର୍କେଟରେ ଲାଇନ୍ ଲଗାଇ ଦେଇଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ସେଲ୍ ୭ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା, ମାତ୍ର ଭିଡ଼କୁ ଦେଖି ସୁରକ୍ଷା ଦୃଷ୍ଟିରୁ ପୋଲିସ ଏହାକୁ ୪ ଦିନ ମଧ୍ୟରେ ବନ୍ଦ କରିଦେଇଥିଲା ।  ସେଲ୍ ବନ୍ଦ ହେବା ପରେ ମଧ୍ୟ ମହିଳାଙ୍କର ଭିଡ଼ ଲାଗି ରହିଥିଲା । ଲାଇନରେ ରହିଥିବା ଅନେକ ମହିଳା ଶସ୍ତାରେ ଶାଢ଼ି ପାଇବାରୁ ବଞ୍ଚିତ ହେବାରୁ ବହୁତ ଦୁଃଖୀ ହୋଇଥିଲେ । ତେବେ ଏ ସେଲ୍ ନେଇ ଶାଢ଼ୀ ଦୋକାନର ମାଲିକ କୁହନ୍ତି ଯେ, ସେ ବର୍ଷ ସାରା ଅର୍ଥ ରୋଜଗାର କରୁଛନ୍ତି, ବର୍ଷକୁ ଥରୁଟିଏ ସେ ଲୋକଙ୍କ ସେବା କରିବା ପାଇଁ ଏହି ଶାଢ଼ୀକୁ ଶସ୍ତାରେ ଲୋକଙ୍କୁ ବିକ୍ରି କରୁଛନ୍ତି ।