ନୁଆଦିଲ୍ଲୀ, ୮|୪ (ଓଡିଶା ଭାସ୍କର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ଟିକାର ଦ୍ୱିତୀୟ ଡୋଜ୍ ଦିଲ୍ଲୀ ଏମସ୍ ରେ ନେଇଛନ୍ତି । ଏହାପୁର୍ବରୁ ସେ ମାର୍ଚ୍ଚ ୧ ତାରିଖରେ ପ୍ରଥମ ଡୋଜ୍ ନେଇଥିଲେ । ଏନେଇ ସେ ଆଜି ଟୁଇଟ୍ କରି ସୁଚନା ଦେଇଛନ୍ତି । ଏଥିସହ ସେ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ଯେ, କୋ-ୱିନ୍ ଆପ୍ ରେ ପଞ୍ଜୀକରଣ କରି ଟିକା ନିଅନ୍ତୁ । କାରଣ ଟିକାକରଣ ହେଉଛି ଗୋଟିଏ ରାସ୍ତା, ଯଦ୍ୱାରା କରୋନା ଭୁତାଣୁ କୁ ହରାଯାଇ ପାରିବ ।
ସୁଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ସ୍ଥିତି ବିଗିଡିବାରେ ଲାଗିଛି । ତେଣୁ ପ୍ରଧାନମନ୍ତ୍ରୀ ଟିକାକରଣକୁ ସମଗ୍ର ଦେଶରେ ତ୍ୱରାନ୍ୱିତ କରିଛନ୍ତି । ପ୍ରତିଦିନ ଦେଶରେ ଲକ୍ଷ ଲକ୍ଷ ଲୋକ ଟିକା ଗ୍ରହଣ କରୁଛନ୍ତି । ଗତକାଲି ସେ ଛାତ୍ରଛାତ୍ରୀ ମାନଙ୍କ ସହ “ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ କରିଥିଲେ । ଆଗାମୀ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଯେପରି କୌଣସି ଚାପରେ ନ ରହିବେ ସେ ନେଇ ସେମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ୧୪ ଲକ୍ଷରୁ ଅଧିକ ରେଜିଷ୍ଟ୍ରେସନ୍ କରିଥିଲେ ।
Got my second dose of the COVID-19 vaccine at AIIMS today.
Vaccination is among the few ways we have, to defeat the virus.
If you are eligible for the vaccine, get your shot soon. Register on https://t.co/hXdLpmaYSP. pic.twitter.com/XZzv6ULdan
— Narendra Modi (@narendramodi) April 8, 2021