fbpx

ସମସ୍ତ ସରକାରୀ ଓ ଘରୋଇ ସ୍କୁଲ- କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ, ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ,୯ ।୪: କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଦିଲ୍ଲୀର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ଆଦେଶ ଯାଏ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ବନ୍ଦ ରହିବ । ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ପାଇଁ ନିର୍ଦ୍ଦେଶାନାମା ଲାଗୁ ହେବ । ଅନ୍ୟାଦେଶ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିର୍ଦ୍ଦେଶ ଦେଇଛନ୍ତି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୂଚନା ଦେଇଛନ୍ତି ।

ତେବେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ୭୮୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୭ ହଜାର ୬୪୨କୁ ବୃଦ୍ଧି ପାଇଛି । ଦିନକରେ ୧ ଲକ୍ଷ ୩୧ ହଜାର ୯୬୮ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୦ ଲକ୍ଷ ୬୦ ହଜାର ୫୪୨କୁ ବୃଦ୍ଧି ପାଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୬୦୮ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୧୯ ଲକ୍ଷ ୧୩ ହଜାର ୨୯୨ରେ ପହଞ୍ଚିଛି । ୯ କୋଟି ୪୩ ଲକ୍ଷ ୩୪ ହଜାର ୨୬୨ ଜଣ ଟିକା ନେଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.