fbpx

ପଶ୍ଚିମବଙ୍ଗ ନିର୍ବାଚନରେ ହିଂସାକାଣ୍ଡ;ସୁରକ୍ଷାକର୍ମୀ ଗୁଳିରେ ୪ ଜଣଙ୍କ ମୃତ୍ୟୁ

ପଶ୍ଚିମବଙ୍ଗ ୧୦ା୪ (ଓଡିଶା ଭାସ୍କର) : ପଶ୍ଚିମବଙ୍ଗରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ହିଂସାକାଣ୍ଡ । ପଶ୍ଚିମବଙ୍ଗର କୁଚ ବିହାର ସ୍ଥିତ ସୀତାଲକୁଚି ମତଦାନ କେନ୍ଦ୍ର ବାହାରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡିଛି । ବୋମାମାଡ଼, ଗାଡ଼ି ଭଙ୍ଗାରୁଜା ଏବଂ ଉତ୍ତେଜନା ଦେଖା ଯାଇଥିବା ବେଳେ ପେଟ୍ରୋଂଲି କରୁଥିବା ସୁରକ୍ଷାକର୍ମୀଙ୍କ ଗାଡ଼ି ଭଙ୍ଗାରୁଜା ହୋଇଥିବା ସୂଚନା ରହିଛି । ସେପଟେ ସୁରକ୍ଷାକର୍ମୀ ଯବାନଙ୍କ ଗୁଳିରେ ୪ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ପ୍ରଥମ କରି ମତଦାନ ଦେବାକୁ ଆସିଥିବା ଆନନ୍ଦ ବର୍ମାନ ନାମକ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଧାଡ଼ିରେ ଯୁବକ ଜଣକ ସାଙ୍ଗମାନଙ୍କ ସହ ଛିଡ଼ା ହୋଇଥିବା ବେଳେ ଟିଏମସିର ଗୁଣ୍ଡାମାନେ ଆସି ଗୁଳି କରିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକ ଜଣକ ବିଜେପି ସମର୍ଥକ ବୋଲି ଜଣାପଡ଼ିଛି । ଏ ଘଟଣା ନେଇ ମତଦାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଏହାସହ ନିର୍ବାଚନ ଆୟୋଗ ସନ୍ଧ୍ୟା ୫ ଟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ବାଚନ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି ।

Get real time updates directly on you device, subscribe now.