fbpx

କୁଚବିହାର ହିଂସାକାଣ୍ଡକୁ ନେଇ ମୁଣ୍ଡ ଟେକିିଲାଣି ରାଜନୈତିକ ହିଂସା

ହିଂଗଲଗଞ୍ଜ, ୧୦ା୪ (ଓଡିଶା ଭାସ୍କର) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କୁଚବିହାର ହିଂସା ପଛରେ ବିଜେପିର ଷଡଯନ୍ତ୍ର ଲୁଚି ରହିଥିବା କହିଛନ୍ତି । କୁଚବିହାର ହିଂସାରେ ଯେଉଁ ୪ ଜଣ ମତଦାତାଙ୍କର ମୃତ୍ୟୁ ହୋଇଛି ତା ପାଇଁ ସିଆରପିଏଫ ଯବାନ ମାନେ ହିଁ ଦାୟୀ ବୋଲି ମତ ପ୍ରକାଶ କରିଛନ୍ତି ମମତା । ଆଜି ଏ ସଂକ୍ରାନ୍ତରେ ମମତା କହିଛନ୍ତି ଯେ, ମତଦାତାଙ୍କ ଉପରେ ସିଆରପିଏଫ ଗୁଳି ଚଳାଇବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏହା ପଛରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଷଡଯନ୍ତ୍ର ରହିଛି । ତେବେ ପଶ୍ଚିମବଙ୍ଗରେ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି ।

ବର୍ତ୍ତମାନ ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ରହିଛି । ଏହା ଭିତରେ କୁଚବିହାର ଠାରେ ଯେଉଁ ହିଂସାକାଣ୍ଡ ଘଟିଥିଲା ସେଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଏହାକୁ ନେଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଏବଂ ଟିଏମସିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ହିଂସାକାଣ୍ଡକୁ ନେଇ ମମତା ସିଧାସଳଖ ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଟାର୍ଗେଟ କରିଚନ୍ତି । ମମତାଙ୍କ କହିବା କଥା ଯେ, ଗୃହମନ୍ତ୍ରୀ ଅଭିତ୍ ଶାହଙ୍କ ଇସାରାରେ ମତଦାତାଙ୍କ ଉପରକୁ ସିଆରପିଏଫ ଯବାନ ମାନେ ଗୁଳି ଚଳାଇଥିଲେ । ଯାହା ଫଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ତେଣୁ ସେ ଶାନ୍ତିପୁର୍ଣ୍ଣ ଭାବେ ପ୍ରଚାର କରିବେ ଏବଂ ବିଜେପିକୁ ହରାଇ ସେହି ୪ ଜଣ ଲୋକଙ୍କ ମୃତ୍ୟୁର ପ୍ରତିଶୋଧ ନେବେ ।

ସୁଚନାଯୋଗ୍ୟ, କୁଚବିହାରର ସିତଲକୁଚି ଠାରେ ନିର୍ବାଚନ ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଯେତେବେଳେ ଏହା ଆୟତ ବାହାରକୁ ଚାଲିଯାଇଥିଲା ସେତେବେଳେ ଫାୟାରିଂ କରିଥିଲେ ସିଆରପିଏଫ ଯବାନ । ଆଉ ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପୁଣି ଥରେ ଭୋଟ ଦେବାକୁ ଆସିଥିବା ଟିଏମସି ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁବ୍ ଜୋରରେ ମାରପିଟ୍ ହୋଇଥିଲା । ଏଥିରେ ବମ୍ ମଧ୍ୟ ବ୍ୟବହାର କରାଯାଇଥିଲା । ଯାହା ଦ୍ୱାରା ଅନେକ ଲୋକ ଆହତ ହୋଇଥିଲେ । ଏହାପରେ ସିଆରପିଏଫ ଯବାନ ମାନେ ଲାଠି ଚାର୍ଜ କରିଥିଲେ । ତେବେ ଏହାକୁ ନେଇ ବର୍ତ୍ତମାନ ରାଜନୈତିକ ହିଂସା ମୁଣ୍ଡ ଟେକିଛି ।

Get real time updates directly on you device, subscribe now.