fbpx

ଆମେରିକାର ରାଷ୍ଟ୍ରପତି ହେବ ହଲିଉଡ଼ ଅଭିନେତା ଡ଼ୱେନ ଜନସନ !

ଆମେରିକା ୧୧ା୪(ଓଡିଶା ଭାସ୍କର) : ଆମେରିକାର ରାଷ୍ଟ୍ରପତି ହେବା ପାଇଁ ଇଛା ପ୍ରକାଶ କରିଛନ୍ତି ହଲିଉଡ଼ ଅଭିନେତା ଡ଼ୱେନ ଜନସନ । ଯଦି କେବେ ସେ ଆମେରିକାର ରାଷ୍ଟ୍ରପତି ହୁଅନ୍ତି ଦେଶବାସୀଙ୍କର ସେବା କରିବା ତାଙ୍କ ଲାଗି ଏକ ସମ୍ମାନର ବିଷୟ ହେବ । ଏକ ସର୍ଭେକ୍ଷଣର ଜବାବରେ ସେ ଏହି ମତ ଦେଇଥିଲେ । ସର୍ଭେକ୍ଷଣରେ ଜଣାପଡ଼ିଥିଲା ଯେ ପ୍ରାୟତ ଅଧା ଲୋକ ଇଛା ପ୍ରକାଶ କରିଛନ୍ତି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଭାଗ ନିଅନ୍ତୁ ଡ଼ୱେନ ଜନସନ  । ଡ଼ବ୍ଲୁଡ଼ବ୍ଲୁଇରୁ ଅଭିନେତା ହୋଇଥିବା ଡ଼ୱେନ ଜନସନ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେଥିରେ କହିଛନ୍ତି ଯେ, ଯଦି ମୁଁ ଆମେରିକାର ରାଷ୍ଟ୍ରପତି ପାଇଁ ଭାଗ ନିଏ ତେବେ ଅତିକମରେ ୪୬ ପ୍ରତିଶତ ଆମେରିକୀୟ ମୋ ସପକ୍ଷରେ ସମର୍ଥନ କରିବେ ।

 

View this post on Instagram

 

A post shared by therock (@therock)

ସେ ତାଙ୍କ ପୋଷ୍ଟରେ ଏକଥା ବି ଲେଖିଛନ୍ତି ‘ଅତ୍ୟନ୍ତ ସୁଖର କଥା । ମୋତେ କାହିଁ ଲାଗୁନାହିଁ ଯେ ଆମର ସଂସ୍ଥାପକ କେବେ ଭାବିଥିବେ ୬ ଫୁଯ ୫ଇଞ୍ଚ ଉଚ୍ଚତା ବିଶିଷ୍ଟ,ଚନ୍ଦା, ଟାଟୁ ବାଲା,ଅଧା ଅଶ୍ୱେତ, ଅଧା ସମାଓ, ଟକିଲା ପିଉଥିବା, ଫେନି ବ୍ୟାଗ ପିନ୍ଧୁଥିବା ବ୍ୟକ୍ତି ତାଙ୍କ କ୍ଲବରେ ସାମିଲ ହେବ । କିନ୍ତୁ ଯଦି ଏମିତି କିଛି ହୁଏ ତାହାଲେ ଆପଣମାନଙ୍କ ସେବା କରିବା ମୋ ପାଇଁ ସମ୍ମାନର କଥା ହେବ ।’

Get real time updates directly on you device, subscribe now.