fbpx

ରାଜଧାନୀରେ କୁକୁଡା ମରା ଅଭିଯାନ ଆରମ୍ଭ

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ବାର୍ଡ ଫ୍ଲୁ ଆତଙ୍କ । ବାର୍ଡ ଫ୍ଲୁ ପାଇଁ ଆଜିଠାରୁ ଓୟୁଏଟିରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି । ଓୟୁଏଟି ଅଞ୍ଚଳର ଏକ କିଲୋମିଟର ପରିସରକୁ ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି । ଓୟୁଏଟିର ୧ରୁ ୧୦ କିମି ଯାଏଁ ନୀରିକ୍ଷଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

ତେବେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ୧୨ଟି ଟିମ୍ ଗଠନ ହୋଇଛି । ସେଥିରୁ କୁକୁଡ଼ାଙ୍କୁ ମାରିବା ପାଇଁ ୭ଟି ଟିମ୍ ଏବଂ ନୀରିକ୍ଷଣ ପାଇଁ ୫ଟି ଟିମ୍ ନିୟୋଜିତ ହୋଇଛନ୍ତି । ସଂକ୍ରମିତ ଅଞ୍ଚଳରେ କୁକୁଡାଙ୍କୁ ମାରି ପୋତାଯିବ । ଏହା ସହ ବିଭାଗ ପକ୍ଷରୁ ୩ଟି ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ସେହିପରି ପର୍ଯ୍ୟଟକଙ୍କ ନନ୍ଦନକାନନର ପକ୍ଷୀ ବିହାରକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।

Get real time updates directly on you device, subscribe now.