fbpx

ବ୍ୟାନ୍ ପରେ ପୁଣି ଚାଲିଲା ସୋସିଆଲ ମିଡିଆ ପ୍ଲାଟଫର୍ମ

ନୂଆଦିଲ୍ଲୀ,୧୬।୪ (ଓଡିଶା ଭାସ୍କର): ପାକିସ୍ତାନରେ ଟୁଇଟର, ଫେସବୁକ୍, ୟୁଟ୍ୟୁବ୍, ହ୍ବାଟସଆପ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟାନ୍ ପରେ ପୁଣି ଥରେ ଲାଗୁ କରାଯାଇଛି । ଆଜି ସକାଳ ୧୧ଟାରୁ ମଧ୍ୟାହ୍ନ ୩ଟା ପର୍ୟ୍ୟନ୍ତ ସୋସିଆଲ ମିଡିଆରେ ରୋକ ଲଗାଇ ଦିଆଯାଇଥିଲା । ହେଲେ ଏବେ ପୁଣିଥରେ ଲାଗୁ କରିଦିଆଯାଇଛି । ସୁଚନା ଯେ, ପାକିସ୍ତାନର ଗୃହମନ୍ତ୍ରଣାଳୟ ଟେଲିକମ୍ୟୁନିକେସନ୍ ଅଥରିଟିକୁ ଗାଇଡ୍ ଲାଇନ୍ ଦେଇ ଏହି ଆପ୍ ସବୁକୁ ବ୍ଲକ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ । ତେବେ ଗତ କିଛି ଦିନ ଧରି ପାକିସ୍ତାନର ତହରିକ୍-ଇ-ଲବେକ୍ ପାକିସ୍ତାନ ପକ୍ଷରୁ ପ୍ରଦର୍ଶନ କରାଯାଉଛି । ଆଉ ଏହି ପ୍ରୋଟେଷ୍ଟ କାରଣରୁ ପାକିସ୍ତାନରେ ସୋସିଆଲ ମିଡିଆରେ ବ୍ଲକ କରିବାର ନିଷ୍ପତ୍ତି ନିଆଯାଇଥିଲା ବୋଲି କୁହାଯାଉଛି ।

Get real time updates directly on you device, subscribe now.