fbpx

ଆରପାରିରେ ଲୋକପ୍ରିୟ ଅଭିନେତା ବିବେକ

ଚେନ୍ନାଇ, ୧୭ା୪ (ଓଡିଶା ଭାସ୍କର): ଆରପାରିରେ ଲୋକପ୍ରିୟ ତାମିଲ ଫିଲ୍ମ ଅଭିନେତା ବିବେକ । ଶନିବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ତାଙ୍କର ସକାଳ ୪ଟା ୩୫ ସମୟରେ ହୃଦଘାତର ଶିକାର ହୋଇ ନିଧନ ହୋଇଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କୁ ଚିକିତ୍ସା କରୁଥିଲେ । ସୁଚନା ଯେ, ଏପ୍ରିଲ ୧୫ ତାରିଖରେ ଅଭିନେତା ବିବେକ ନିଜ କିଛି ବନ୍ଧୁ ମାନଙ୍କ ସହ ଯାଇ ଏକ ସରକାରୀ ହସ୍ପିଟାଲରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ । ହେଲେ ଟିକା ନେବା ପରେ ତାଙ୍କର ହୃଦଘାତ ହୋଇଥିଲା ।

୫୯ ବର୍ଷିୟ ଅଭିନେତା ବିବେକ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ କମେଡି ଫିଲ୍ମରେ ଅଭିନୟ କରିଛନ୍ତି । ସୁପରଷ୍ଟାର ଅଭିନେତା ରଜନୀକାନ୍ତ, କମଲହାସନଙ୍କ ପରି ଅଭିନେତା ମାନଙ୍କ ସହ ସେ ଅଭିନୟ କରିଛନ୍ତି । ଏଥିସହିତ ଫିଲ୍ମ ଶିବାଜୀରେ ରଜନୀକାନ୍ତଙ୍କ ସହ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି । ଖାଲି ସେତିକି ନୁହେଁ ହିଟ୍ ଫିଲ୍ମ ଯେପରିକି ‘ଅନିୟନ’, “ଦୁଲ୍’, “ରନ୍’ ଭଳି ଫିଲ୍ମ କରି ଦର୍ଶକଙ୍କ ମନ ଜିଣିଛନ୍ତି ।

Get real time updates directly on you device, subscribe now.