fbpx

ରେମଡେସିଭିର ଉତ୍ପାଦନ ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି: କେନ୍ଦ୍ର ମନ୍ତ୍ରୀ ସଦାନନ୍ଦ ଗୌଡା

ନୂଆଦିଲ୍ଲୀ, ୧୭ା୪(ଓଡିଶା ଭାସ୍କର): କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ରେମଡେସିଭିରର ଉତ୍ପାଦନ ବୃଦ୍ଧିକୁ ବଢାଇବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ଏନେଇ ଶୁକ୍ରବାର କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡି.ଭି ସଦାନ୍ଦ ଗୌଡା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଗତ ପାଞ୍ଚ ଦିନ ମଧ୍ୟରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ରେମଡେସିଭିର ଇଞ୍ଜେକସନର ୬.୬୯ଲକ୍ଷ ସିସି ଉପଲବ୍ଧ କରାଯାଇଛି । ଏହାର ଉତ୍ପାଦନ ମଧ୍ୟ ପ୍ରତିମାସକୁ ୨୮ ଲକ୍ଷରୁ ୪୧ ଲକ୍ଷ ସିସିକୁ ବୃଦ୍ଧି କରାଯାଇଛି ।

ସରକାର ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି: ସଦାନନ୍ଦ ଗୌଡା

କେନ୍ଦ ମନ୍ତ୍ରୀ ଏକ ଟ୍ୱିଟ ମାଧ୍ୟମରେ କହିଛନ୍ତି ‘ସରକାର ରେମଡେସିଭିରର ସୁବିଧା ପାଇଁ ଏହାର ଉତ୍ପାଦନ ଏବଂ ଉପଲବ୍ଧତାକୁ ବଢାଇବା ପାଇଁ ଜରୁରୀ ପଦକ୍ଷେପ ନେଉଛନ୍ତି । ସେ ଆହୁରି ଏକ ଟ୍ୱିଟ ମାଧ୍ୟମରେ କହିଛନ୍ତି କି ସରକାରଙ୍କ ହସ୍ତକ୍ଷେପ ପରେ ରେମଡେସିଭିର ଉତ୍ପାଦକମାନେ ୧୫ ଏପ୍ରିଲଠାରୁ ଏହାର ଦର ୫୪୦୦ ଟଙ୍କା ରୁ ୩୫୦୦ କୁ କମାଇଛନ୍ତି ।

ମହାରାଷ୍ଟ୍ରରେ ରେମଡେସିଭିରର ଅଭାବ

ଶୁକ୍ରବାର ମହାରାଷ୍ଟ୍ରର ଖାଦ୍ୟ ଏବଂ ଔଷଧ ପ୍ରଶାସନ ମନ୍ତ୍ରୀ କହିଥିଲେ କି ରାଜ୍ୟରେ ରାଜ୍ୟରେ ଆଗାମୀ ଦୁଇ ତିନି ମଧ୍ୟରେ ୧୨-୧୫ ହଜାର ରେମଡେସିଭିର ଇଂଞ୍ଜେକସନର ଅଭାବ ରହିବ । ସେ କହିଛନ୍ତି କଂପାନୀମାନେ ଉତ୍ପାଦନ ବଢାଇଛନ୍ତି, କିନ୍ତୁ ଏହାର ନୂତନ ଷ୍ଟକ ବଜାରରେ ପହଞ୍ଚିବାକୁ ସମୟ ଲାଗିବ ।

Get real time updates directly on you device, subscribe now.